fbpx

ଅନ୍ଧାର ହୋଇଗଲା ରାଜଧାନୀ; ପ୍ରବଳ ଘଡ଼ଘଡ଼ି, ବିଜୁଳି, ପବନ ସାଙ୍ଗକୁ ବର୍ଷା

Advertisement

ଭୁବନେଶ୍ୱର :  (ଓଡ଼ିଶା ଭାସ୍କର) ଭିଷଣ ଖରା ପରେ ଆଜି ବଦଳିଛି ପାଗ । ରାଜଧାନୀରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା ପବନ ହେଉଛି । ବର୍ଷା ଯୋଗୁଁ ୨୪ ଘଣ୍ଟା ପାଇଁ ୨୩ ଜିଲ୍ଲାକୁ ଆଲର୍ଟ ଜାରି କରି ଦିଆଯାଇଛି । ପାଣିପାଗର ପୂର୍ବାନୁମାନରୁ କୁହାଯାଇଥିଲା ରାଜଧାନୀ ଭୁବନେଶ୍ୱରରେ ମୌସୁମୀର ପ୍ରଭାବ ଦେଖିବାକୁ ମିଳିବ, ଏଥିପାଇଁ ଆଜି ପାଗ ଅନୁକୂଳ ରହିଛି ।

ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜାରି ରହିଛି ମୌସୁମୀ ବର୍ଷା । ବର୍ଷାର ପରିମାଣ,ପବନର ଦିଗ ଓ ତାପମାତ୍ରାରେ ହ୍ରାସ ମୌସୁମୀର ଓଡ଼ିଶା ପ୍ରବେଶର ସମ୍ଭାବନା ବୃଦ୍ଧି କରାଇଛି । ଦକ୍ଷିଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ମୌସୁମୀ ବର୍ଷା ସାଙ୍ଗକୁ ପାଗ ମେଘୁଆ ରହିଛି । ଆଜି ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ । ଆଜିଠାରୁ ବର୍ଷାର ବିସ୍ତୃତି ବଢିବା ସହ ପରିମାଣ ମଧ୍ୟ ବଢିବ । ଆଗାମୀ ଦିନ ଠାରୁ ବର୍ଷାର ପରିମାଣ ବଢିବ । ଅଧିକାଂଶ ଅଞ୍ଚଳରେ ପ୍ରଚୁର ପରିମାଣରେ ବର୍ଷା ହେବ ।

ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଖୋର୍ଦ୍ଧା, ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇଛି । ଏହାକୁ ଦୃଷ୍ଟିରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ନୂଆପଡ଼ା, ସୋନପୁର, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।

Get real time updates directly on you device, subscribe now.