fbpx

ମହଙ୍ଗା ପଡିଲା ପୂଜା ଭୋଗ ଖାଇବା: ଗୋଟିଏ ଗାଁରେ ୪୦ ଅସୁସ୍ଥ

ସୋର :  ଗଣେଶ ପୂଜା ଭୋଗ ଖାଇ ୪୦ ଜଣ ଅସୁସ୍ଥ ହେବା କଥା ସାମ୍ନାକୁ ଆସିଛି। ପଣପଣା ପଞ୍ଚାୟତ ସରସତିଆ ଜେନା ସାହିର ଲୋକେ ଭୋଗ ଖାଇ ଅସୁସ୍ଥ ହୋଇଛନ୍ତି। ଏହି ସମସ୍ତ ରୋଗୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ ୪୦ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଖବର ପାଇବା ପରେ ପ୍ରଶାସନ ଗାଁକୁ ଏକ ମେଡିକାଲ ଟିମ ପଠାଇଛି।

ସୂଚନା ଅନୁସାରେ, ଗତକାଲି ଏହି ଗ୍ରାମବାସୀ ଖୁବ ଆଡମ୍ବର ସହ ଗଣେଶ ପୂଜା ପାଳନ କରିଥିଲେ। ପୂଜା ସରିବା ପରେ ଗ୍ରାମବାସୀ ପ୍ରସାଦ ସେବନ କରିଥିଲେ। ତେବେ ଗତ ରାତିରେ ଅଧିକାଂଶ ଲୋକେ ଅସୁସ୍ଥ ଅନୁଭବ କରିବା ସହ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ସମସ୍ତ ଅସୁସ୍ଥଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

 

ଅନେକଙ୍କ ଏପରି ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତରକୁ ନେଇ ଗ୍ରାମବାସୀ କହିଛନ୍ତି ଯେ, ସେମାନେ ଦିନରେ ଭୋଗ ଖାଇବା ପରେ ଏପରି ଘଟିଛି । ତେବେ ସେମାନଙ୍କ କଥାରେ କେତେ ସତ୍ୟତା ଅଛି ତାକୁ ପରୀକ୍ଷଣ କରିବା ଲାଗି ସେହି ଗାଁକୁ ଡାକ୍ତରୀ ଟିମ ପଠାଯାଇଛି। ସମୁଦାୟ ଅସୁସ୍ଥଙ୍କ ମଧ୍ୟରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ଅନ୍ୟ ୩୦ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Get real time updates directly on you device, subscribe now.