fbpx

ସତ ହେବ ମାଳିକା! ୨୦୨୪ରେ ହେବାକୁ ଯାଉଛି ଭୟଙ୍କର ଭୂମିକମ୍ପ

ଓଡ଼ିଶା ଭାସ୍କର: ସତ ହେବାକୁ ଯାଉଛି ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକା । ତାଙ୍କ ଭବିଷ୍ୟବାଣୀ ଅନୁୁସାରେ ପ୍ରତ୍ୟେକଟି କଥା ଧୀରେ ଧୀରେ ସତ ହେଉଥିବା ଦେଖାଯାଉଛି । କେବେ ଶ୍ରୀମନ୍ଦିର ଉପରେ ଚିଲ ଉଡ଼ୁଛନ୍ତି ତ କେବେ ବନ୍ୟଜନ୍ତୁ ଜନବସତିରେ ଆସି ମଣିଷଙ୍କୁ ନିଜର ଶିକାର ବନାଉଛନ୍ତି । ତେଣୁ ଅଚ୍ୟୁତାନନ୍ଦଙ୍କ ବାଣୀ ମାଳିକାକୁ ନେଇ ଲୋକ ଏବେ ଭୟଭୀତ ହୋଇଛନ୍ତି । ଖୁବଶିଘ୍ର ମାଳିକା ସତ ହେବା ସହ ପୃଥିବୀ ଧ୍ୱଂସ ହେବ ବୋଲି ଲୋକଙ୍କ ମଧ୍ୟରେ ଭାଳେଣୀ ପଡ଼ିଛି ।

ଏହା ଭିତରେ ନୂତନ ନୋଷ୍ଟ୍ରାଡାମସ୍ କୁହାଯାଉଥିବା କ୍ରେଗ୍ ହାମିଲଟନ୍ ପାର୍କର ଆମେରିକା କୁ ନେଇ ଆସନ୍ତା ବର୍ଷ ପାଇଁ ଭୟଙ୍କର ପୂର୍ବାନୁମାନ କରିଛନ୍ତି। ସେ କହିଛନ୍ତି ଯେ ପ୍ରାକୃତିକ ଘଟଣା ଯୋଗୁଁ ଆମେରିକାର ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ରୂପେ ଠପ ହୋଇଯିବ । କୌଣସି ପ୍ରାକୃତିକ ଦୁର୍ବିପାକ କାରଣରୁ ଟେକ୍ସାସ୍ ଏବଂ କାଲିଫର୍ନିଆର ବଡ଼ ଭାଗରେ ବିଦ୍ୟୁତ୍ ଯୋଗାଣର ଭିତ୍ତିଭୂମି ନଷ୍ଟ ହୋଇ ଏପରି ହେବା ନେଇ ସେ ପୂର୍ବାନୁମାନ କରିଛନ୍ତିି ।

କ୍ରେଗ୍ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ‘କଫି ୱିଥ କ୍ରେଗ୍’ରେ ଏକ ନୂତନ ଭିଡିଓ ଅପଲୋଡ୍ କରିଛନ୍ତି। ଏଥିରେ ସେ ଆମେରିକା ବିଷୟରେ ଏକ ଭବିଷ୍ୟବାଣୀ କରିଛନ୍ତି। ଭିଡିଓରେ ସେ କହିଛନ୍ତି ଯେ ଆମେରିକାରେ ଶକ୍ତି ସଂପର୍କରେ ଏକ ବଡ଼ କ୍ଷତି ହେବାକୁ ଯାଉଛି। ୨୦୨୪ ମସିହାରେ ଆମେରିକାରେ ଅନେକ ବଡ଼ ଭୂକମ୍ପ ହେବ ବୋଲି କ୍ରେଗ ତାଙ୍କ ଭବିଷ୍ୟବାଣୀରେ ଦାବି କରିଛନ୍ତି। ତେବେ ଏହି କାରଣରୁ ପଶ୍ଚିମ ଉପକୂଳରେ ଅନେକ ଜିନିଷ ନଷ୍ଟ ହୋଇଯିବ ବୋଲି ସେ ପୂର୍ବାନୁମାନ କରିଛନ୍ତି। କ୍ରେଗ୍ କହିଛନ୍ତି ଯେ ମୁଁ ଦେଖୁଛି ପଶ୍ଚିମ ତଟ ପର୍ୟ୍ୟନ୍ତ ବ୍ୟାପକ ଭୂକମ୍ପ ଏବଂ ପ୍ରାକୃତିକ ଘଟଣା ଘଟିବ, ଯାହା ଅନେକ ଧ୍ୱଂସ କରିବାକୁ ଯାଉଛି।

ସୂଚନାଯୋଗ୍ୟ, ନୋଷ୍ଟ୍ରାଡାମସ୍ ଫ୍ରାନ୍ସର ଏକ ଷୋଡଶ ଶତାବ୍ଦୀର ଭବିଷ୍ୟ‌ତ ବକ୍ତା ଥିଲେ ଯାହାଙ୍କର ଅନେକ ଭବିଷ୍ୟବାଣୀ ସତ ହୋଇଛି। ତେବେ କ୍ରେଗକୁ ବର୍ତ୍ତମାନର ନୋଷ୍ଟ୍ରାଡାମସ୍ କୁହାଯାଉଛି । ଭବିଷ୍ୟତର ଘଟଣାଗୁଡ଼ିକ ବିଷୟରେ ସେ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଅନେକ ଭିଡିଓ ଅପଲୋଡ୍ କରିଛନ୍ତି । ତେବେ ତାଙ୍କ କଥାରେ କେତେ ସତ୍ୟତା ରହିଛି ତାହା ଭବିଷ୍ୟତରେ ଜଣା ପଡ଼ିବ । ଅନ୍ୟପକ୍ଷରେ ତାଙ୍କର ସମସ୍ତ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହେବାକୁ ଯାଉଛି ବୋଲି କ୍ରେଗ ଦାବି କରିଛନ୍ତି।

Get real time updates directly on you device, subscribe now.