fbpx

ଆଇଟିଆର ଦାଖଲ କରିବାର ଅନ୍ତିମ ତିଥି: ଯଦି ଆପଣ ଏହିବର୍ଷ ୩୧ ଜୁଲାଇ ପର୍ଯ୍ୟନ୍ତ ରିଟର୍ଣ୍ଣ ଦାଖିଲ ବନ କି ପାରିଲେ ତେବେ କ’ଣ ହେବ?

ଓଡିଶା ଭାସ୍କର: ଏହିବର୍ଷ ଆୟକର ରିଟର୍ଣ୍ଣ ( ଆଇଟିଆର ) ଦାଖିଲ କରିବାର ଅନ୍ତିମ ତିଥି ୩୧ ଜୁଲାଇ ରହିଛି । ଯଦି ସମୟ ସୀମା ମଧ୍ୟରେ ଏହା ଦାଖଲ ନ କରାଯାଏ, ତେବେ ତାହାର ଗମ୍ଭୀର ପରିଁଣାମ କ’ଣ ରହିବ ତାହାବାବଦରେ ଲୋକେ ଜାଣିବା ନିହାତି ଆବଶ୍ୟକ । ଯଦି ଜଣେ ବ୍ୟକ୍ତି ୩୧ ତାରିଖ ଭିତରେ ଆଇଟିଆର ଦାଖିଲ ନ କରେ, ତେବେ ତାହାକୁ ବିଲମ୍ବିତ ଭାବରେ ୩୧ ଡିସେମ୍ବର ପର୍ଯ୍ୟନ୍ତ ଏହା ଦାଖିଲ କରିବାର ସମୟ ରହିବ । ଆଉ ଏଥିରେ ବି ସେ ସଫଳ ନ ହେଲେ ସ୍ୱତଃଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କହିରଖୁ, ଜଣଙ୍କୁ ଏଥର ସମ୍ବଧିତ ବିତ୍ତୀୟ ବର୍ଷ ପାଇଁ ପୁରୁଣା ବ୍ୟବସ୍ଥାକୁ ପରିତ୍ୟାଗ କରିବାକୁ ହେବ । ଏଥର ସ୍ୱଚାଳିତ ଭାବରେ ଜଣେ ନୂଆକର ବ୍ୟବସ୍ଥା ଅନ୍ତର୍ଗତ ହୋଇଯିବେ । ବର୍ତ୍ତମାନ ସମୟରେ ୨ ଟି କର ବ୍ୟବସ୍ଥା ଲାଗୁ ହେଉଛି । ଗୋଟିଏ ପୁରୁଣା କର ଓ ଆଉ ଗୋଟିଏ ନୂଆ କର ବ୍ୟବସ୍ଥା । ୨୦୨୦ ମସିହାରେ ପୁରୁଣା କର ବ୍ୟବସ୍ଥା ଲାଗୁ ହୋଇଥିଲା ।

ଯଦି ସଠିକ ସମୟସୀମା ମଧ୍ୟରେ ଏହା ଦାଖିଲ ନ କରାଯାଏ, ତେବେ ବିଲମ୍ବିତ ଭାବରେ ୫ ହଜାର ଟଙ୍କା ଅଧିକ ଶୁଳ୍କ ଦେଇ ଜଣେ ଆଇଟିଆର ଦାଖିଲ କରି ପାରିବ । ଏହା ଆୟକର ଅଧିନିୟମ ୨୩୪ ଏଫ (234 f) ଅନୁସାରେ ହେବ । ଯଦି ଜଣକର ଆୟ ୫ ଲକ୍ଷରୁ ଅଧିକ ନୁହେଁ,ତେବେ ବିଲମ୍ବିତ ଶୁଳ୍କ ସେମାନଙ୍କ ପାଇଁ ପ୍ରାୟ ହଜାରେ ଟଙ୍କା ।

Get real time updates directly on you device, subscribe now.