fbpx

ଜୁଲାଇ ୩୧ ସୁଦ୍ଧା ITR ନଭରିଲେ ଲାଗିବ ଜରିମାନା, ୭ ବର୍ଷ ଯାଏଁ ଜେଲ୍ ମଧ୍ୟ ହୋଇପାରେ, ଜାଣନ୍ତୁ ନିୟମ

ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ହେଉଛି ଜୁଲାଇ ୩୧। ଅର୍ଥାତ କରଦାତାଙ୍କୁ ଟ୍ୟାକ୍ସ ଭରିବା ପାଇଁ ନିଜ ପାଖରେ ଆଉ କିଛି ଘଣ୍ଟା ବାକି ରହିଛି। ଆୟକର ବିଭାଗ ଆରମ୍ଭରୁ ଆୟକର ଭରୁଥିବା ଲୋକଙ୍କୁ ନିର୍ଦ୍ଧାରିତ ତାରିଖରେ ନିଜର ଆଇଟି ରିଟର୍ଣ୍ଣ ଭରିବା ଏବଂ ଜରିମାନାରୁ ବଞ୍ଚିବା ପାଇଁ ପରାମର୍ଶ ଦେଉଛନ୍ତି। ଯଦି ଆପଣ ନିର୍ଦ୍ଧାରିତ ତାରିଖ ଭିତରେ ଅର୍ଥାତ ରବିବାର ସୁଦ୍ଧା ଆଇଟିଆର ଦାଖଲ ନକରନ୍ତି ତେବେ ଆପଣଙ୍କୁ ପାଞ୍ଚ ହଜାର ଟଙ୍କା ପର‌୍ୟ୍ୟନ୍ତ ଜରିମାନା ଦେବାକୁ ପଡିପାରେ। କେବଳ ଏତିକି ନୁହେଁ ଆପଣଙ୍କୁ ଛଅ ମାସରୁ ସାତ ବର୍ଷ ଯାଏଁ ଜେଲ୍ ଦଣ୍ଡ ହୋଇପାରେ।

ଆୟକର ବିଶେଷଜ୍ଞଙ୍କ ମତରେ ଯଦି ଆୟକର ଭରୁଥିବା କୌଣସି ବ୍ୟକ୍ତି ୨୦୨୨ ଜୁଲାଇ ୩୧ ସୁଦ୍ଧା ନିଜର ଆଇଟିଆର ଦାଖଲ କରିନପାରନ୍ତି ତେବେ ମଧ୍ୟ ସେ ଆୟକର ରିଟର୍ଣ୍ଣ ଫାଇଲ ଦାଖଲ କରି ପାରିବେ। ୨୦୨୨ ଜୁଲାଇ ୩୧ ଅନ୍ତିମ ତାରିଖ ସୁଦ୍ଧା ୫୦୦୦ ଟଙ୍କାରୁ ଅଧିକ ଟ୍ୟାକ୍ସ ଦେଉଥିବା କରଦାତାଙ୍କୁ ଆଇଟିଆର ଫାଇଲିଂ ସମୟରେ ୫୦୦୦ ଟଙ୍କା ପର‌୍ୟ୍ୟନ୍ତ ଲେଟ୍ ଫି ଦେବାକୁ ପଡିବ। ଆଉ ପାଞ୍ଚ ଲକ୍ଷରୁ କମ ଆୟ କରୁଥିବା ଲୋକଙ୍କୁ ଲେଟ୍ ଫି ହିସାବରେ ୧୦୦୦ ଟଙ୍କା ଫାଇନ୍ ଦେବାକୁ ପଡିବ।

ବିଶେଷଜ୍ଞ କହିଛନ୍ତି, ଭାରତ ସରକାରଙ୍କ ନିକଟରେ ଆୟକର ଭରୁଥିବା ବ୍ୟକ୍ତିଙ୍କ ବିରୋଧରେ ମୋକଦ୍ଦମା ଚଳାଇବାର ଶକ୍ତି ମଧ୍ୟ ରହିଛି। ଯିଏ ୨୦୨୨ ଡିସେମ୍ବର ୩୧ ସୁଦ୍ଧା ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଆଇଟିଆର ଫାଇଲ ଦାଖଲ ନକରନ୍ତି ସେମାନଙ୍କ ବିରୋଧରେ ସରକାର କାର‌୍ୟ୍ୟାନୁଷ୍ଠାନ ନେଇ ପାରିବେ।

ବର୍ତ୍ତମାନର ନିୟମ ହିସାବରେ ଅତି କମରେ ଛଅ ମାସର ଜେଲ୍ ଏବଂ ସର୍ବାଧିକ ୭ ବର୍ଷ ଜେଲ୍ ଦଣ୍ଡର ପ୍ରାବଧାନ ରହିଛି। ଏମିତି ନାହିଁ ଯେ, ବିଭାଗ ଆଇଟିଆର ଦାଖଲ କରିବାରେ ବିଫଳ ହେଲେ ପ୍ରତି ମାମଲାରେ ଆପଣଙ୍କ ବିରୋଧରେ ମୋକଦ୍ଦମା କରି ପାରିବ। ଆୟକର ବିଭାଗ ତେବେ ଯାଇ ମୋକଦ୍ଦମା ଚଲାଇ ପାରିବ, ଯେବେ ଟ୍ୟାକ୍ସ ପୈଠର ରାଶି ୧୦ ହଜାର ଟଙ୍କାରୁ ଅଧିକ ଥିବ।

 

Get real time updates directly on you device, subscribe now.