fbpx

‘ଏହା କ୍ରୀଡ଼ାର ଏକା ଅଂଶବିଶେଷ…’, ପ୍ୟାରିସ୍ ଅଲିମ୍ପିକରେ ଅଯୋଗ୍ୟ ଘୋଷଣା ହେବା ପରେ ଭାରତୀୟ କୋଚଙ୍କୁ ଏମିତି କିଛି କହିଥିଲେ ଭିନେଶ ଫୋଗାଟ୍

ନୂଆଦିଲ୍ଲୀ: ବୁଧବାର ଭାରତୀୟ ଷ୍ଟାର କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ପ୍ୟାରିସ୍ ଅଲିମ୍ପିକ୍ସରେ ମେଡାଲ ଜିତିବାର ସ୍ୱପ୍ନ ଅଧା ରହିଯାଇଛି । ଫାଇନାଲ ପୂର୍ବରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ଭାରତକୁ ଶକ୍ତ ଝଟକା ଲାଗିଛି । ଅଲିମ୍ପିକ୍ସରେ ମହିଳା ୫୦ କିଲୋଗ୍ରାମ ବର୍ଗରେ ଅନୁମତି ପ୍ରାପ୍ତ ସୀମା ଠାରୁ ଭିନେଶଙ୍କ ଓଜନ ମାତ୍ର ୧୦୦ ଗ୍ରାମ ଅଧିକ ଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ଏହା ପରେ ତାଙ୍କୁ ଭାରତୀୟ କୋଚ୍ ଭେଟିଛନ୍ତି ।

ମଙ୍ଗଳବାର ମହିଳା କୁସ୍ତିଯୋଦ୍ଧାଙ୍କ ଉଦ୍ଘାଟନୀ ରାଉଣ୍ଡରେ ଜାତୀୟ କୋଚ୍ ବିରେନ୍ଦର ଦାହିଆ ଏବଂ ମଞ୍ଜିତ ରାଣୀ ଭିନେଶଙ୍କୁ ଭେଟିଥିଲେ । ପ୍ରଥମ ଦିନ ଭିନେଶ ବିଶ୍ୱର ନମ୍ପର ୧ ତଥା ଡିଫେଣ୍ଡି ଚମ୍ପିଆନ ୟୁଇ ସୁସାକି(Yui Susaki)ଙ୍କୁ ପରାସ୍ତ କରି କୁସ୍ତି ମଞ୍ଚରେ ହଲଚଲ ସୃଷ୍ଟି କରିଥିଲେ । ‘ଭିନେଶଙ୍କ ପଦକ ଜିତିବା ଉତ୍ସବ ପାଳନ କରିବା ପାଇଁ ଦେଶ ପ୍ରସ୍ତୁତ ଥିଲା । ଅନ୍ତତଃ ରୌପ୍ୟ ପଦକ ଜିତିବା ସୁନିଶ୍ଚିତ ଥିଲା । କିନ୍ତୁ ସେ ଡିସକୁ୍ୟାଲିଫାଇ ହେଇଥିଲେ । ଏହା କୁସ୍ତି ଜଗତ ପାଇଁ ଏକ ଝଟକା ଥିଲା । ଏହି ଖବର ଜାଣିବା ପରେ ଅନେକ ନିରାଶ ହୋଇଯାଇଥିଲେ । ଆମେ ଭିନେଶଙ୍କୁ ଭେଟି ସାନ୍ତ୍ୱନା ଦେଇଥିଲୁ । ସେ ସାହସୀ ଅଟନ୍ତି । ସେ କହିଲେ, ପଦକ ହରାଇବା ତାଙ୍କ ଦୁର୍ଭାଗ୍ୟ କିନ୍ତୁ ଏହା କ୍ରୀଡ଼ାର ଏକ ଅଂଶବିଶେଷ’ ବୋଲି ବିରେନ୍ଦର ଦାହିଆ କହିଛନ୍ତି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତୀୟ ଅଲିମ୍ପିକ ସଂଘ(IOA)ର ଅଧିକାରୀ ମଧ୍ୟ ଭିନେଶଙ୍କୁ ଭେଟିଥିଲେ ।

ଏହା ବ୍ୟତୀତ ଭାରତୀୟ କୁସ୍ତି ପାଇଁ ଆଉ ଏକ ଖରାପ ଖବର ସାମ୍ନାକୁ ଆସିଥିଲା ଯେତେବେଳେ ଅନ୍ତିମ ପଙ୍ଘଲ ମହିଳା ୫୩ କେଜିର ପ୍ରଥମ ରାଉଣ୍ଡରୁ ପ୍ରସ୍ଥାନ କରିଥିଲେ । ତେବେ ବୈଷୟିକ ତୃଟି ଯୋଗୁଁ ସେ ହାରିଯାଇଥିଲେ । ସେ ଖେଳ ଖେଳିପାରିନଥିଲେ ବୋଲି ତାଙ୍କ କୋଚ୍ କହିଥିଲେ ।

Get real time updates directly on you device, subscribe now.