ଭୁବନେଶ୍ୱର: ବେଆଇନ ଭାବେ ବେପାର କରିବା ଏବେ ପ୍ରାୟତଃ ଜାଗାରେ ଦେଖିବାକୁ ମିଳୁଛି। ଆଜି ମଧ୍ୟ ସେହିଭଳି ଏକ ଘଟଣା ବୌଦ୍ଧ ଜିଲ୍ଲା ନିକଟସ୍ଥ ଚରଡ଼ା ଥାନା ତେଲିବନ୍ଧ ଛକ ନିକଟରେ। 2ଟି ହାତୀ ଦାନ୍ତକୁ ବେପାରୀ ନେଇ ଯାଉଥିବା ସମୟରେ ତେଲିବନ୍ଧ ଛକ ନିକଟରେ ତାଙ୍କୁ ଧରିଲା STF।
ବେପାରୀକୁ ଗିରଫ କରିବା ସହ ହାତୀ ଦାନ୍ତକୁ ଜବତ କରାଯାଇଛି। କୁହାଯାଉଛି ଜବତ ହୋଇଥିବା 2ଟି ହାତୀ ଦାନ୍ତର ମୂଲ୍ୟ ପାଖାପାଖି 50ଲକ୍ଷ ଟଙ୍କା ହେବ। ବେପାରୀ ଏହାକୁ କେଉଁଠୁ ଆଣିଲା ତାହା ବିଷୟରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି।