fbpx

ଏହି ୬ ସରକାରୀ ଯୋଜନା ଉପରେ ମୋଦୀଙ୍କ ଫୋକସ୍, ୨୦୨୪ ସୁଦ୍ଧା ସମସ୍ତଙ୍କ ପାଖରେ ପହଞ୍ଚିବ ଏହାର ଲାଭ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ଭାଷଣ ଦେବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ଟି ସରକାରୀ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ । ସେ ଚାହୁଁଛନ୍ତି ଯେ, ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ସମସ୍ତ ଲୋକେ ଏହି ଯୋଜନାର ଫାଇଦା ଉଠାନ୍ତୁ । ଏହି ଯୋଜନାଗୁଡିକର ଲାଭ ଅନେକ ଲୋକ ପାଇବାକୁ ଯାଉଛନ୍ତି, କିନ୍ତୁ ଦେଶର ସବୁ ଲୋକଙ୍କ ପାଖରେ ଏହି ଯୋଜନ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଆସନ୍ତୁ ଜାଣିବା କ’ଣ କ’ଣ ରହିଛି ଯୋଜନା..

ତେବେ ମୋଦୀଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା ଯୋଜନାଗୁଡ଼ିକ ହେଉଛି –

– ଆୟୁଷ୍ମାନ ଭାରତ, ଯାହା ମାଗଣା ଚିକିତ୍ସା ବୀମା ଯୋଗାଇବ ।

– ଉଜ୍ଜ୍ୱଳା ଯୋଜନା – ଯାହା ମାଗଣା ଏଲପିଜି ସଂଯୋଗ ଯୋଗାଇବ ।

– ଜୀବନ ବୀମା ଯୋଜନା

– ଅଟଳ ପେନସନ୍ ଯୋଜନା

– ପିଏମ ଆବାସ ଯୋଜନା

– ସବୁ ଘରେ ଜଳ-ପାନୀୟ ଯୋଜନା

Get real time updates directly on you device, subscribe now.