fbpx

ଜ୍ୟାକ ଡୋର୍ସି ଲଞ୍ଚ କଲେ ଟ୍ୱିଟରର ବିକଳ୍ପ ‘Bluesky’

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରର ସହପ୍ରତିଷ୍ଠାତା ଓ ପୂର୍ବତନ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଜ୍ୟାକ ଡୋର୍ସି ଏକ ନୂଆ ଆପ୍ଲିକେସନ ଲଞ୍ଚ କରିଛନ୍ତି । ଏହି ଆପ୍ଲିକେସନ ନାମ ହେଉଛି ‘ବ୍ଲୁସ୍କାଏ’ । ଏହା ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ । ବିଶ୍ୱର ଅନ୍ୟତମ ଧନୀବ୍ୟକ୍ତି ଏଲନ ମସ୍କଙ୍କ ମାଲିକାନାରେ ଥିବା ଟ୍ୱିଟରର ବିକଳ୍ପ ଭାବେ ‘ବ୍ଲୁସ୍କାଏ’ ଲଞ୍ଚ କରିଛନ୍ତି ଜ୍ୟାକ୍ । ଏ ବାବଦରେ ନ୍ୟୁ ୟର୍କ ପୋଷ୍ଟରେ ରିପୋର୍ଟ ପ୍ରକାଶ ପାଇଛି ।

ସୂଚନା ମୁତାବକ, ‘ବ୍ଲୁସ୍କାଏ’ ଆପ ୟୁଜର୍ସଙ୍କୁ ଇଣ୍ଟରନେଟରେ ଅଧିକ ଅପ୍ସନ ପ୍ରଦାନ କରିବା ସହ ଏହି ପ୍ଲାଟଫର୍ମ କ୍ରିଏଟର୍ସଙ୍କୁ ସ୍ୱାଧୀନତା ପ୍ରଦାନ କରିବ । ତେବେ ବର୍ତ୍ତମାନ ଏହି ଆପର ଡେଭଲମେଣ୍ଟ ଜାରି ରହିଥିବା ବେଳେ ଆଗକୁ ଏହା କୋଡ୍ ଇନଭାଇଟ କରି ଆସେସ୍ ପ୍ରଦାନ କରିବେ । ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମାଧ୍ୟମରେ କ୍ରିଏଟର୍ସ ନିଜର ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇ ପାରିବେ ।

ଟ୍ୱିଟରଠାରୁ ଆର୍ଥିକ ସହାୟତା ନେଇ ଗତ ୨୦୧୯ ମସିହାରେ ଡୋର୍ସି ବ୍ଲୁସ୍କାଏକୁ ଏକ ସାଇଡ୍ ପ୍ରୋଜେକ୍ଟ ଭାବେ ବିକଶିତ କରିବା ଆରମ୍ଭ କରିଥିଲେ । ଗତ ଫେବୃଆରୀ ମାସରେ ପ୍ରଥମ ଥର ପାଇଁ ଏହାକୁ ଆଇଓଏସ ୟୁଜର୍ସଙ୍କ ପାଇଁ ରୋଲ୍ ଆଉଟ୍ କରାଯାଇଥିଲା । ବୁକମାର୍କସ, ଟ୍ୱିଟ ମଡିଫାଏଡ, କ୍ୟୁଟ-ଟ୍ୱିଟିଂ, ସିଧାସଳଖ ମେସେଜ, ହାସଟ୍ୟାଗସ ବ୍ୟବଆର ଆଦି ଫିଚର ବର୍ତ୍ତମାନ ଟ୍ୱିଟରରେ ଉପଲବ୍ଧ ରହିଛି । ତେବେ ଏହିସବୁ ସେବା ବ୍ଲୁସ୍କାଏ ଲଞ୍ଚ ସମୟରେ ଦେଖିବାକୁ ମିଳିବ ନାହିଁ । ତେବେ ଏହି ଆପ୍ଲିକେସନର ଚାହିଦା ବେଳକୁ ବେଳ ବଢ଼ିବାରେ ଲାଗିଥିବା ବେଳେ ବର୍ତ୍ତମାନ ଏଥିରେ ୨୦ ହଜାର ସକ୍ରିୟ ୟୁଜର୍ସ ରହିଛନ୍ତି ।

Get real time updates directly on you device, subscribe now.