fbpx

ଦେଶ ପାଇଁ ଦୁଃଖୀ ଜ୍ୟାକ୍‌ଲିନ: ସୋସିଆଲ ଶ୍ରୀଲଙ୍କାବାସୀଙ୍କୁ ଜଣାଇଲେ ସହାନୁଭୂତି , କହିଲେ ସମସ୍ୟାକୁ ସାମ୍ନା କରୁଥିବା ଲୋକଙ୍କୁ ଧୈର୍ଯ୍ୟ ଓ ଶକ୍ତି ମିଳୁ

ମୁମ୍ବାଇ: ଶ୍ରୀଲଙ୍କା ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ସେଠାକାର ଲୋକଙ୍କୁ ଆତ୍ୟାବଶ୍ୟକୀୟ ସାମଗ୍ରୀ ମିଳିବା କଷ୍ଟକର ହୋଇପଡ଼ିଛି । ଅନେକ ଦେଶ ଶ୍ରୀଲଙ୍କାର ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଇତି ମଧ୍ୟରେ ବଲିଉଡ଼ ଅଭିନେତ୍ରୀ କ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିସ୍‌ ମଧ୍ୟ ନିଜ ଦେଶ ସମର୍ଥନରେ ଆଗକୁ ଆସିଛନ୍ତି । ଜ୍ୟାକ୍‌ଲିନ୍‌ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି, ଶ୍ରୀଲଙ୍କାର ଜଣେ ଅଧିବାସୀ ଭାବେ ମୋ ଦେଶ ତଥା ଦେଶବାସୀଙ୍କୁ ଏଭଳି ଅବସ୍ଥାରେ ଦେଖିବା ଅତ୍ୟନ୍ତ ଦୁଃଖଦାୟକ । ଏହି ଦୁର୍ଦ୍ଦଶା ଆରମ୍ଭ ହେବା ଦିନଠାରୁ ମୁଁ ଅନେକ ଲୋକଙ୍କଠାରୁ ଅନେକ କଥା ଶୁଣିଛି ।

ମୁଁ କହିବାକୁ ଚାହେଁ ଯେ, କିଛିବି ଦେଖିବା ପରେ ସଙ୍ଗେସଙ୍ଗେ ତରବର ହୋଇ ନିଜ ରାୟ ଦିଅନ୍ତୁ ନାହିଁ । ଦୁନିଆ ଓ ମୋ ଲୋକମାନଙ୍କୁ କାହା ରାୟ ନୁହେଁ ବରଂ ସହାନୁଭୂତି ଏବଂ ସମର୍ଥନର ଆବଶ୍ୟକତା ଅଛି । ସେମାନଙ୍କ ମଙ୍ଗଳ ପାଇଁ ୨ ମିନିଟ୍‌ ନୀରବ ପ୍ରାର୍ଥନା କରି ଆପଣ ସେହି ଲୋକଙ୍କର ଅଧିକ ନିକଟତର ହୋଇପାରିବେ । ନିଜ ପୋଷ୍ଟରେ ସେ ଆହୁରି ଲେଖିଛନ୍ତି, ମୁଁ ଆଶା କରୁଛି ଏହି ପରିସ୍ଥିତି ଶୀଘ୍ର ଶେଷ ହେବ । ଏହି ସଙ୍କଟର ଏଭଳି ସମାଧାନ ବାହାରୁ ଯଦ୍ଦ୍ୱାରା ସମସ୍ତଙ୍କୁ ଶାନ୍ତି ମିଳୁ ଓ ଲୋକଙ୍କ ମଙ୍ଗଳ ହେଉ । ମୁଁ କାମନା କରୁଛି ଯେ, ଏହି ସମସ୍ୟାକୁ ସାମ୍ନା କରୁଥିବା ଲୋକଙ୍କୁ ଧୈର୍ଯ୍ୟ ଓ ଶକ୍ତି ମିଳୁ ।

 

ଉଲ୍ଲେଖଯୋଗ୍ୟ, ଶ୍ରୀଲଙ୍କାର ରାଷ୍ଟ୍ରତି ଗୋଟବାୟା ରାଜପକ୍ଷ ତାଙ୍କ ଭାଇ ତଥା ଅର୍ଥମନ୍ତ୍ରୀ ବେସିଲ ରାଜପକ୍ଷଙ୍କୁ ବହିଷ୍କାର କରି ଦେଶର ସମସ୍ତ ବିରୋଧୀ ଦଳଙ୍କୁ ମନ୍ତ୍ରୀମଣ୍ଡଳରେ ଯୋଗଦେବାକୁ ଅନୁରୋଧ କରିଥିଲେ । ବର୍ତ୍ତମାନର ବୈଦେଶିକ ମୁଦ୍ରା ସଙ୍କଟର ମୁକାବିଲା ପାଇଁ ଶ୍ରୀଲଙ୍କାକୁ ସାହାଯ୍ୟ କରିବାକୁ ବେସିଲ ଭାରତ ସହିତ ଏକ ଆର୍ଥିକ ରିଲିଫ ପ୍ୟାକେଜ ନେଇ ଆଲୋଚନା କରିଥିଲେ । ଅଲି ସାବ୍ରିଙ୍କୁ ବର୍ତ୍ତମାନ ତାଙ୍କ ସ୍ଥାନରେ ଅର୍ଥମନ୍ତ୍ରୀ କରାଯାଇଛି । ଅଲି ପୂର୍ବରୁ ଆଇନ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

Get real time updates directly on you device, subscribe now.