fbpx

ଶ୍ରୀଜିଉଙ୍କ ବନକଲାଗି ନୀତି: ଚାରିଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ : ଏକମାସ ଧରି କାର୍ତ୍ତିକବ୍ରତ ଚାଲିଥିବା ବେଳେ କାଲି ସରିଛି ପୂର୍ଣ୍ଣମୀ ତିଥି । ଆଜି ହେଉଛି ମାର୍ଗଶୀର ମାସ କୃଷ୍ଣ ପ୍ରତିପଦ ତିଥି । ସେଥିପାଇଁ ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ହେବାକୁ ଯାଉଛି । ଏହି ସ୍ୱତନ୍ତ୍ରନୀତି ପାଇଁ ୪ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ତେଣୁ ଅପରାହ୍ନ ୫ ରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେନି ଭକ୍ତ ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶେଷ ପରମ୍ପରାରେ ଆଜି ହେବ ବନକଲାଗି ନୀତି । ବନକଲାଗି ଅର୍ଥାତ ଶ୍ରୀମୁଖ ଶିଙ୍ଗାର ଆଜି ୫ଟା ସମୟରୁ ଆରମ୍ଭ ହେବ । ଏହି ରୀତିରେ ମହାପ୍ରଭୁଙ୍କୁ ବିଭିନ୍ନ ରଙ୍ଗ ଲଗାଯାଇଥାଏ । କାରଣ ରଥଯାତ୍ରା ସମୟରେ ବାହାରକୁ ବାହାରି ମହାପ୍ରଭୁଙ୍କ ମୁଖରଙ୍ଗ କମିଯାଇଥାଏ । ସେଥିପାଇଁ ଏହି ନୀତି ମହାପାତ୍ର ସେବକ ଓ ଖଡ଼ିପ୍ରସାଦ ଦୈତାପତି ସେବକଙ୍କ ଦ୍ୱାରା ସମ୍ପର୍ଣ୍ଣ ହୋଇଥାଏ । ଏଥିରେ ପ୍ରଭୁଙ୍କୁ ବିଭିନ୍ନ ପ୍ରାକୃତିକ ରଙ୍ଗ ଯେମିତିକି ହିଙ୍ଗୁଳା କସ୍ତୁରୀ, କେସର, ଚନ୍ଦନକୁ ଲଗାଯାଇଥାଏ । ତେଣୁ ଏହି ନୀତି ପାଇଁ ଶ୍ରୀମନ୍ଦିରରେ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ ।

Get real time updates directly on you device, subscribe now.