fbpx

ଜଗାଦର୍ଶନ ପାଇଁ କୋହଳ ହେଲା କଟକଣା; ଏହି ସମୟରେ କରି ପାରିବେ ଦର୍ଶନ

ପୁରୀ (ଓଡ଼ିଶା ଭାସ୍କର): ଏଣିକି ଜଗା ଦର୍ଶନ ପାଇଁ କୋହଳ ହେଲା କଟକଣା ।ସକାଳ ୭ଟା ରୁ ରାତି ୯ଟା ପର୍ୟ୍ୟନ୍ତ ଭକ୍ତ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ମିଳିଥିବା ବେଳେ ଶନିବାର ମଧ୍ୟ ମିଳିପାରିବ ଦର୍ଶନ । ସାନିଟାଇଜ ପାଇଁ ରବିବାର ଦର୍ଶନ ବନ୍ଦ ରଖାଯାଇଥିବା ବେଳେ ପ୍ରମୁଖ ପର୍ବପର୍ବାଣି ଦିନ ଶ୍ରୀମନ୍ଦିର ବନ୍ଦ ରଖିବା ନେଇ ହୋଇଛି ନିଷ୍ପତି ।
ତେବେ ପୂର୍ବଭଳି ଦୁଇଟି ଡୋଜ ଟୀକା ନେଇଥିବାର ପ୍ରମାଣପତ୍ର ନଚେତ୍ ୯୬ଘଣ୍ଟା ମଧ୍ୟର କ୍ସଗ୍ଧକ୍ଟ୍ରମକ୍ସ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତା ମୂଳକ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ଏଭଳି ନୂତନ ଏସଓପିକୁ ସବୁରି ମହଲରେ ସ୍ୱାଗତ କରାଯାଇଥିବା ବେଳେ ପୁରୀବାସୀଙ୍କ ପାଇଁ କିନ୍ତୁ କଟକଣା କୋହଳ କରାଯାଇନାହିଁ।

Get real time updates directly on you device, subscribe now.