ଜଗତସିଂହପୁର: ଅଭିଯୁକ୍ତ ଆଇଆଇସିଙ୍କ ବିରୋଧରେ ଆଉ ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ପୀଡ଼ିତା ହୋମ୍ଗାର୍ଡ । ଜୀବନରୁ ମାରିଦେବାକୁ ଧମକ ମିଳୁଛି ବୋଲି ଅଭିଯୋଗ ଆଣିଲେ ହୋମଗାର୍ଡ । ବିଭିନ୍ନ ପ୍ରକାର ଲୋକ ପୀଡ଼ିତା ଏବଂ ତାଙ୍କ ପରିବାର ଲୋକଙ୍କୁ ଜୀବନରୁ ମାରିବାର ଧମକ ଦେଉଛନ୍ତି ।
ପରିବାରକୁ ସଫା କରିଦେବେ ବୋଲି କହୁଛନ୍ତି । ଗତକାଲି ଜଣେ କନଷ୍ଟେବଲ ପୀଡ଼ିତାଙ୍କୁ ଷ୍ଟାଡିୟମ ଡକେଇ ଆଡିସନାଲ ଏସପି ପଠାଇଛନ୍ତି ବୋଲି କହିଥିବା ପୀଡ଼ିତା ଗଣମାଧ୍ୟମକୁ ଜଣାଇଛନ୍ତି ।
୨୫ କି ୨୭ ଲକ୍ଷ ତପନ ସାର ଦେବେ, ମାମଲା ରଫାଦଫା କରିବାକୁ ଉକ୍ତ କନଷ୍ଟେବଲ କହିଲେ । କଥାରେ ରାଜି ନ ହେଲେ ଚାକିରିରୁ ଡିସମିସ କରିଦେବେ ବୋଲି ଆଡିସନାଲ ଏସପି କହିଥିବା କନଷ୍ଟେବଲ କହିଲେ ।
ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଲେ, ଡିସମିସ କରାଯିବାର ଦମକ ମିଳିଛି । ଏତଲାରେ ସେମାନଙ୍କ ନାଁ ଲେଖାଯାଇଥିବାବେଳେ ସେମାନଙ୍କୁ ତଦନ୍ତ ପରିସରକୁ ଅଣାଯାଇ ନାହିଁ ।
ଗତକାଲି ହୋମଗାର୍ଡଙ୍କ ଘରକୁ ୨ ଜଣ ଅଜଣା ଲୋକ ଯାଇ ପୀଡ଼ିତାଙ୍କ ବାପା, ମା’ଙ୍କୁ ଡରା ଧମକା କରିଛନ୍ତି । ଏଥିସହ କହିଛନ୍ତି, ଝିଅକୁ କୁହ ମାମଲା ଉଠାଇବ, ନଚେତ୍ ଜୀବନରୁ ମାରି ଦିଆଯିବ ।
ମୋ ଜୀବନ ପ୍ରତି ବିପଦ ଅଛି, ମୋତେ ନ୍ୟାୟ ଦରକାର ବୋଲି ଦାବି କରିଛନ୍ତି ହୋମଗାର୍ଡ ପୀଡ଼ିତା ଜଣକ । ଗତକାଲି ଅଭିଯୁକ୍ତ ତପନ ନାହାକଙ୍କୁ ନିଲମ୍ବନ କରିବା ସହ ଜେଲ ନିଆଯାଇଛି ।