ଦେବୀ ନଦୀକୁ ଡେଇଁପଡ଼ିଲେ ଛାତ୍ର! ଖୋଜୁଛନ୍ତି ଅଗ୍ନିଶମ କର୍ମଚାରୀ

ଜଗତସିଂପୁର: ଦେବୀ ନଦୀକୁ ଡେଇଁପଡିଲେ ଛାତ୍ର! ଜଗତସିଂପୁର ଡାହାଣୀଖିଆ ନିକଟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ଦେବୀ ନଦୀରେ ଡେଇଁଥିବା ନିଖୋଜ ଛାତ୍ର ଜଣଙ୍କ ହେଉଛନ୍ତି ନାଉଗାଁ ଅଞ୍ଚଳର।

ନଦୀକୁ ଡେଇଁ ଛାତ୍ର ନିଖୋଜ ଥିବାବେଳେ ନିଖୋଜ ଛାତ୍ରଙ୍କୁ ଖୋଜୁଛନ୍ତି ଅଗ୍ନିଶମ କର୍ମଚାରୀ। ଘଟଣାସ୍ଥଳରୁ ମଧ୍ୟ ତାଙ୍କ ସ୍କୁଟି ଉଦ୍ଧାର କରାଯାଇଛି। ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

ଦେବୀ ନଦୀ ବନ୍ଧା ଉପରେ ଗାଡି ରଖି ନଦୀକୁ ଡେଇଁ ପଡ଼ିଥିଲେ ଛାତ୍ର, ଫଳରେ ନିଖୋଜ ଛାତ୍ରଙ୍କୁ ଖୋଜୁଛନ୍ତି ଅଗ୍ନିଶମ କର୍ମଚାରୀ।