ନୂଆଦିଲ୍ଲୀ: କ୍ରିକେଟରେ ଭାରତର ଯୁବ ଷ୍ଟାର ବ୍ୟାଟର ଯଶସ୍ୱୀ ଜଏସ୍ୱାଲଙ୍କ ଭବିଷ୍ୟତ ଖୁବ ଉଜ୍ଜ୍ୱଳ ଦେଖାଯାଉଛି । ଦମଦାର ଫର୍ମରେ ଥିବା ଜୟସ୍ୱାଲ ଗୋଟିଏ ପରେ ଗୋଯିଏ ରେକର୍ଡ ନିଜ ନାମରେ କରିବାରେ ସଫଳ ହେଉଛନ୍ତି । ଆଜି ନେପାଳ ବିପକ୍ଷ କ୍ୱାର୍ଟଲ ଫାଇନାଲର ପ୍ରଥମ ମ୍ୟାଚରେ ଏକ ଦମଦାର ଶତକ ମାରି ବିରୋଧୀ ଦଳକୁ ଚମକାଇ ଦେଇଛନ୍ତି ଯଶସ୍ୱୀ । ମାତ୍ର ୪୮ ବଲ ଖେଳି ୮ଟି ଚୌକା ଏବଂ ୭ଟି ଛକା ସହ ସେ ନିଜର ଶତକ ହାସଲ କରିଛନ୍ତି । ଆରମ୍ଭରୁ ହିଁ ଆକ୍ରମଣାତ୍ମକ ବ୍ୟାଟିଂ କରି ନିଜ ଶତକ ଅର୍ଜନ କରିଛନ୍ତି ଜୟସ୍ୱାଲ । ତେବେ ଶତକର ପରବର୍ତ୍ତୀ ବଲରେ ସେ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି ।
ଏସିଆନ୍ ଗେମ୍ସର ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ଦଳ ତରଫରୁ ଓପନିଙ୍ଗ କରିବାକୁ ମଇଦାନକୁ ଆସିଥିଲେ ଅଧିନାୟକ ଋତୁରାଜ ଗାଏକ୍ୱାଡ ଏବଂ ଯଶସ୍ୱୀ ଜଏସ୍ୱାଲ । ତେବେ ଋତୁରାଜ ମାତ୍ର ୨୩ ବଲରୁ ୨୫ ରନ୍ କରି ପାଭିଲିୟନ ଫେରି ଯାଇଥିଲେ । ଏହାପରେ ତିଲକ ବର୍ମା ଏବଂ ୱିକେଟ କିପର ଜିତେଶ ଶର୍ମା ମଧ୍ୟ ବେଶୀ ସମୟ ପର୍ଯ୍ୟନ୍ତ ଯଶସ୍ୱୀଙ୍କ ସାଥ୍ ଦେଇ ନଥିଲେ । ତେବେ ଗୋଟିଏ ପକ୍ଷରେ ଭାରତ ୱିକେଟ ହରାଉଥିବା ବେଳେ ଅନ୍ୟ ପକ୍ଷରେ ରହି ଯଶସ୍ୱୀ ନିଜର ଶତକ ହାସଲ କରିଛନ୍ତି । ମାତ୍ର ୪୮ ବଲରୁ ବିସ୍ପୋରକ ଶତକ ହାସଲ କରିଛନ୍ତି ଜଶସ୍ୱୀ ଜଏସ୍ୱାଲ । ଏହି ଶତକୀୟ ଇନିଂସରେ ୮ଟି ଚୌକା ସହିତ ୭ଟି ବିଶାଳକାୟ ଛକା ସାମିଲ ରହିଛି । ତେବେ ଶତକ ଅର୍ଜନ କରିବାର ପରବର୍ତ୍ତୀ ବଲରେ ବଡ଼ ଶଟ୍ ଖେଳିବାକୁ ଯାଇ ପାଭିଲିୟନ ଫେରିଛନ୍ତି ଜଏସ୍ୱାଲ । ତେବେ ଏହି ଶତକ ହାସଲ କରି ଇତିହାସ ରଚିଛନ୍ତି ଯଶସ୍ୱୀ ଜଏସ୍ୱାଲ । ଏହି ବିସ୍ଫୋରକ ଶତକ ସହିତ ସେ ଏସିଆନ୍ ଗେମ୍ସରେ ଭାରତର ପ୍ରଥମ ଶତକବୀର ପାଲଟିଛନ୍ତି ।
ଯଶସ୍ୱୀଙ୍କ ୱିକେଟ ହରାଇବା ପରେ ଭାରତର ସ୍ଥିତିକୁ ସମ୍ଭାଳିଛନ୍ତି ଦୁଇ ଷ୍ଟାର ଅଲ ରାଉଣ୍ଡର ଶିବମ ଦୁବେ ଏବଂ ରିଙ୍କୁ ସିଂହ । ଉଭୟ ଖେଳାଳି ଆଇପିଏଲରେ ନିଜର ଜଲୱା ଦେଖାଇ ସାରିଛନ୍ତି । ତେବେ ବର୍ତ୍ତମାନ ଭାରତୀୟ ଦଳ ୨୦ ଓଭରରେ ୨୦୨ ରନ୍ କରିବାରେ ସକ୍ଷମ ହୋଇଛି । ସେପଟେ କ୍ୱାର୍ଟର ଫାଇନାଲର ଏହି ମ୍ୟାଚ ଜିତିବା ପାଇଁ ନେପାଳ ସମ୍ମୁଖରେ ରହିଛି ୨୦୩ ରନର ବିଜୟ ଲକ୍ଷ୍ୟ । ନିକଟରେ ମଙ୍ଗୋଲିଆ ବିପକ୍ଷରେ ନୋଳର ରେକର୍ଡ ସୃଷ୍ଟିକାରୀ ଇନିଂସ ଭାରତୀୟ ଫ୍ୟାନ୍ସଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।