fbpx

ଯାଜପୁର: ଟ୍ରକ୍ ଉପରେ ଚଢ଼ିଗଲଲା ଟ୍ରକ୍‌, ଘଟଣା ସ୍ଥଳରେ ୭ ମୃତ

ଯାଜପୁର: ଦୁର୍ଘଟଣା ବିଭତ୍ସ ଲୋମ ଟାଙ୍କୁରା। ଏମିତି ଦୁର୍ଘଟଣା ଯାହାକୁ ଦେଖିଲେ ଭୟ ଲାଗିବ। ଟ୍ରକ୍ ଉପରେ ଚଢ଼ିଗଲା ଆଉ ଏକ ଆଉଚର। ଏମିତି ଚଢ଼ିଲାଯେ ଅକାଳରେ ଚାଲିଗଲା ୭ ଜଣଙ୍କର ଜୀବନ ଏବଂ ଜଣେ ଗୁରୁତର ଭାବରେ ଆହତ ହୋଇଛନ୍ତି। ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ।

ଖବର ମୁତାବିକ ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ନେଉଳପୁର ମଝିରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ପାଖରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକଟି ଛିଡ଼ା ହୋଇଥିଲା । ଏହି ସମୟରେ ଶନିବାର ଭୋରୁ ଏକ ଆଇଚର କଲିକତା ପଟୁ ଆସୁଥିବା ବେଳେ ଟ୍ରକର ଉପରେ ଚଢ଼ି ଯାଇଥିଲା । ଯାହାଫଳରେ ଆଇଚର ମଧ୍ୟରେ ଥିବା ୭ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଜଣେ ଗୁରୁତର ଭାବରେ ଆହତ ହୋଇଛନ୍ତି । ତେବେ ଟ୍ରକଟି ପୁରା ଖାଲି ଥିବାରୁ ଟ୍ରକ ଡ୍ରାଇଭରଙ୍କର କିଛି ହୋଇନାହିଁ ।

ଚଣ୍ଡିଖୋଲ ଅଗ୍ନିଶ୍ରମ ବାହିନୀ ପହଞ୍ଚି ଗୁରୁତ୍ୱର ହୋଇଥିବା ଜଣଙ୍କୁ ବଡ଼ଚଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଥିବା ବେଳେ ଧର୍ମଶାଳା ପୋଲିସ ପହଞ୍ଚି ଦୁର୍ଘଟଣା ର ତଦନ୍ତ ଚଳାଇଥିବା ସୂଚନା ମିଳିଛି।

Get real time updates directly on you device, subscribe now.