fbpx

ଶେଷରେ ବନ୍ଧାହେଲେ କୋଟିପତି ଜଳେଶ୍ଵର BDO: ପତ୍ନୀ ଓ ସଂପର୍କୀୟଙ୍କୁ ଜେରା

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଥିବା ଜଳେଶ୍ବର BDO ଅଶ୍ୱିନୀ ଦାସ ଶେଷରେ ଗିରଫ ହୋଇଛନ୍ତି। ଏହା ସହ ତାଙ୍କ ପତ୍ନୀ ଓ ସଂପର୍କୀୟଙ୍କୁ ଜେରା କରାଯାଉଛି ବୋଲି ସୂଚନା ମିଳିଛି।

ତେବେ ବିଡିଓ ଅଶ୍ୱିନୀ ଦାସଙ୍କ ପାଖରେ ରହିଛି ଅସରନ୍ତି ସମ୍ପତ୍ତି । ଚଢ଼ାଉରେ ଏପର୍ଯ୍ୟନ୍ତ ମିଳିଥିବା ସମ୍ପତ୍ତି ବିବରଣୀ ଦେଇଛି ଭିଜିଲାନ୍ସ । ବିଡିଓ ଅଶ୍ୱିନୀ ଦାସଙ୍କ ୨୪ ପ୍ଲଟ୍ ଠାବ ହୋଇଛି । ମୋଟ ୨ କୋଟି ୩୨ ଲକ୍ଷ ଟଙ୍କାର ୨ଟି କୋଠା ମଧ୍ୟ ଠାବ ହୋଇଛି । ଏହା ସହ ବିଡିଓଙ୍କର ଗୋଟିଏ ଇଟା ଫ୍ୟାକ୍ଟ୍ରି ମଧ୍ୟ ଠାବ କରିଛି ଭିଜିଲାନ୍ସ । ୪ଟି ଚାରି ଚକିଆ ଗାଡ଼ି ଓ ୩ଟି ୨ ଚକିଆ ଗାଡ଼ି ମଧ୍ୟ ଠାବ ହୋଇଛି । ଏହା ସହ ନଗଦ ୧.୭୦ ଲକ୍ଷ ଟଙ୍କା, ୩୩୦ ଗ୍ରାମ ସୁନା, ୧ କୋଜି ରୂପା ଜବତ ହୋଇଛି ।

ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଡିଓ ଅଶ୍ୱିନୀ ଦାସଙ୍କ ସରକାରୀ ବାସଭବନରେ ରେଡ୍ କରିଥିଲା ଭିଜିଲାନ୍ସ । କଟକ ପୈତୃକ ଘର, ଜଳେଶ୍ୱର ଅଫିସ ସମେତ ୬ଟି ସ୍ଥାନରେ ରେଡ୍ ହୋଇଥିଲା । ଭିଜିଲାନ୍ସର ୫ ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ଥିଲା ।

Get real time updates directly on you device, subscribe now.