ନୂଆଦିଲ୍ଲୀ: ଫିଲିସ୍ତାନ ଓ ସେଠାର ଲୋକଙ୍କ ପ୍ରସଙ୍ଗରେ ଜମିୟତ ଉଲେମା ଏ ହିନ୍ଦ ଅଧ୍ୟକ୍ଷ ମୌଲାନା ଅରସଦ ମଦନି ପ୍ରଧାନମନ୍ତ୍ରୀଙ୍କୁ ସିଧା ସିଧା ଟାର୍ଗେଟ କରିଛନ୍ତି । ସେ ଏହି ମାମଲାରେ କହିଛନ୍ତି, ମୋଦି ନିଜ ପୋଷାକ ସଫା ରଖନ୍ତୁ । ରବିବାର, ଦିଲ୍ଲୀରେ ସମ୍ମିଧାନ ବଞ୍ଚାଅ ସମ୍ମିଳନୀରେ ଯୋଗଦେଇ ମୌଲାନା କହିଛନ୍ତି କି, ଯେଉଁଦିନ ପ୍ରଥମ କରି ଫିଲିସ୍ତାନ ଆକ୍ରମଣ କଲା, ଭାରତର ପ୍ରଧାନମନ୍ତ୍ରୀ କହିଲେ, ଏହା ଭୟସୃଷ୍ଟିକାରୀ । ଏହା ଶୁଣି ମତେ ବହୁତ ଦୁଃଖ ଲାଗିଥିଲା ।
ଆଗକୁ ମୌଲାନା କହିଲେ, ମୁଁ ଆରବ ଗଲା ବେଳେ ଶୁଣିଲି, ହିନ୍ଦୁସ୍ତାନର ବାରୁଦ ଫିଲିସ୍ତାନୀଙ୍କୁ ମାରିବାରେ ବ୍ୟବହାର ହେଉଛି । ଏମିତି କି ଶୁଣିବାକୁ ମିଳିଲା, ଭାରତୀୟ ସେନାଙ୍କୁ ଫିଲିସ୍ତାନୀଙ୍କୁ ମାରିବାକୁ ବ୍ୟବହାର କରାଯାଉଛି । ଏହି କଥାରେ ସ୍ପଷ୍ଟତା ରହିଛି , ଏହି ଦାବି କରିପାରିବି ନାହିଁ, କିନ୍ତୁ ପ୍ରଧାନମନ୍ତ୍ରୀ ନିଜ ପୋଷାକ ସଫା ସୁତରା ରଖନ୍ତୁ । ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମରେ ଯୋଗଦେଇ ମୌଲାନା ଫିଲିସ୍ତାନ ବ୍ୟତୀତ ବକ୍ଫ ସଂଶୋଧନ ବିଲ, ମୁସଲମାନଙ୍କ ଜମି, ବିଜେପି ଶାସନ, ବୁଲଡୋଜର ମିଶନକୁ ନେଇ ମଧ୍ୟ ଅନେକ ରୋକଠୋକ ବୟାନ ଦେଇଛନ୍ତି । ମୌଲାନା ଆହୁରି କହିଲେ କି, ଯଦି ସାମ୍ପ୍ରଦାୟିକ ଲୋକଙ୍କ ନୀତି ଆପଣାଇବ ତ ଦେଶ ଧ୍ୱଂସ ହୋଇଯିବ ।
ଇଣ୍ଡିଆ ମେଣ୍ଟକୁ ନେଇ ମୌଲାନା କହିଲେ, ମେଣ୍ଟ ପଲିସି ଭଲ । ସେ ଇଣ୍ଡିଆ ମେଣ୍ଟ ଦ୍ୱାରା ହୋଇଥିବା ସଂକଲ୍ପ ପତ୍ରରେ ଧର୍ମ ଉପରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପ୍ରଶଂସା କରିଛନ୍ତି । ମୌଲାନା କହିଛନ୍ତି, ରାହୁଲ ଗାନ୍ଧୀ କହିଛନ୍ତି, ତାଙ୍କ ସରକାର ଆସିଲେ ସବୁ ଧର୍ମକୁ ସେମାନଙ୍କ ନିୟମ ମୁତାବକ ଚଲାଇବାର ସ୍ୱାଧୀନତା ଦିଆଯିବ । ତେଣୁ ମୁସଲମାନଙ୍କୁ ଇଣ୍ଡିଆ ମେଣ୍ଟକୁ ଭୋଟ ଦେବାକୁ ସେ ଅପିଲ କରିଛନ୍ତି, ଯେମିତି ମୁସଲମାନ ନିଜ ଧର୍ମ ପାଳନ କରିପାରିବେ ।