fbpx

ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ଆଜି ଶେଷ ପର୍ଯ୍ୟାୟ ଭୋଟିଂ, ୪୦ଟି ଆସନରେ ୪୧୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ଆଜି ଜାମ୍ମୁକାଶ୍ମୀରରେ ୩ୟ ତଥା ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେଉଛି । ଶେଷ ପର୍ଯ୍ୟାୟରେ ୭ଟି ଜିଲ୍ଲାର ମୋଟ୍ ୪୦ଟି ବିଧାନସଭା ଆସନ ପାଇଁ ମତଦାନ ହେଉଛି । ପ୍ରାୟ ୩୯.୧୮ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ନିଜ ଭୋଟ୍ ସାବ୍ୟସ୍ତ କରିବେ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟାରେ ଶେଷ ହେବ ।

ଜାମ୍ମୁକାଶ୍ମୀର ଶେଷ ପର୍ଯ୍ୟାୟ ନିର୍ବାଚନରେ ମୋଟ୍ ୪୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଶେଷ ପର୍ଯ୍ୟାୟରେ ଜାମ୍ମୁର ୨୪ ଏବଂ କାଶ୍ମୀର ଘାଟିର ୧୬ଟି ବିଧାନସଭା ଆସନ ସାମିଲ ରହିଛି । ତେବେ ୪୦ଟି ବିଧାନସଭା ଆସନ ମଧ୍ୟରେ ବିଷ୍ଣା(ଏସସି), ସୁଚେତଗଡ଼(ଏସସି), ଆରଏସ୍ ପୁରା, ଜାମ୍ମୁ(ଦକ୍ଷିଣ), ଜାମ୍ମୁ(ପୂର୍ବ), ଜାମ୍ମୁ(ପଶ୍ଚିମ), ଜାମ୍ମୁ (ଉତ୍ତର), ବାହୁ, ନଗରୋଟା, ଅଖନୁର(ଏସସି) ଏବଂ ଛମ୍ବ, ବାନି, ବିଲାୱର, ବସୋହଲୀ, ଜସରୋଟା, କାଠୁଆ(ଏସସି) ଏବଂ ହୀରା ନଗର, ଉଧମପୁର ପଶ୍ଚିମ, ଉଧମପୁର ପୁର୍ବ, ଚେନୀ ଏବଂ ରାମନଗର(ଏସସି) ଏବଂ ରାମଗଡ଼(ଏସସି), ସାମ୍ବା ଏବଂ ବିଜୟପୁର, କରନାହ, ତ୍ରେଘମ୍‌, କୁପୱାଡ଼ା, ଲୋଲାବ, ହନ୍ଦୱାଡ଼ା ଏବଂ ଲଙ୍ଗୋଟ, ସୋପୋର, ରଫିଆବାଦ, ଉରି, ବାରାମୁଲା, ଗୁଲମାର୍ଗ, ୱାଗୁରା-କ୍ରିରି ଏବଂ ପଟ୍ଟନ, ସୋନାୱାରି, ବାନ୍ଦିପୋରା, ଗୁରେଜ(ଏସଟି) ରେ ମତଦାନ ହେବ । ଏହା ପୂର୍ବରୁ ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟରେ ୬୧.୩୮% ଭୋଟିଂ ହୋଇଥିବା ବେଳେ ୨ୟ ପର୍ଯ୍ୟାୟରେ ୫୭.୩୧% ମତଦାନ ହୋଇଥିଲା । ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ସମ୍ବେଦନଶୀଳ ମତଦାନ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

 

Get real time updates directly on you device, subscribe now.