fbpx

କାଶ୍ମୀରରେ ଆକ୍ରମଣ କରିଥିବା ୪ଜଣ ଆତଙ୍କବାଦୀଙ୍କର ଜାରି ହେଲା ସ୍କେଚ, ସୂଚନା ଦେଲେ ମିଳିବ ୨୦ ଲକ୍ଷ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ପୋଲିସ ବୁଧବାର ଦିନ ଡୋଡା ଜିଲ୍ଲାରେ ହୋଇଥିବା ଆକ୍ରମଣରେ ୪ଜଣ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରାଯାଇଛି । ତାଙ୍କୁ ଗିରଫ କରିବା ପାଇଁ ଯିଏ ସୂଚନା ଦେବ ତାଙ୍କୁ ୨୦ ଲକ୍ଷ ଟଙ୍କା ଉପହାର ଦିଆଯିବ । ମଙ୍ଗଳବାର ଦିନ ଆତଙ୍କବାଦୀମାନେ ଭଦ୍ରବାହର ଚତରଗଲ୍ଲାରେ ୪ ଜଣ ଜାତୀୟ ରାଇଫଲ୍ସ ଏବଂ ପୋଲିସ ପୋଷ୍ଟରେ ଗୁଳି ଚଳାଇଥିଲେ । ଏଥିସହ ବୁଧାବର ଦିନ ଜିଲ୍ଲାର ଗାନ୍ଧୋ ଅଞ୍ଚଳରେ ଏକ ସର୍ଚ୍ଚ ପାର୍ଟୀ ଉପରେ ଆକ୍ରମଣ କରାଯାଇଥିଲା ଯେଉଁଥିରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ସାତଜଣ ସୁରକ୍ଷା କର୍ମୀ ଆହତ ହୋଇଥିଲେ ।

ପୋଲିସର ଜଣେ ପ୍ରବକ୍ତା କହିଛନ୍ତି ଯେ, ଜାମ୍ମୁ-କାଶ୍ମୀର ପୋଲିସ ୪ ଜଣ ଆତଙ୍କବାଦୀଙ୍କ ସ୍କେଚ ଜାରି କରିଛି । ଏମାନେ ଭଦ୍ରବାହ, ଥାଥରୀ, ଗଡୋହର ଉପର ଅଞ୍ଚଳରେ ଉପସ୍ଥିତ ଅଛନ୍ତି ଏବଂ ଆତଙ୍କବାଦୀ ସହ ଜଡିତ ଗତିବିଧିକୁ ସଫଳ କରୁଛନ୍ତି । ସେ କହିଛନ୍ତି ଯେ, ପ୍ରତି ଆତଙ୍କବାଦ ବିଷୟରେ ସୂଚନା ଦେଉଥିବା ଲୋକଙ୍କୁ ୫ ଲକ୍ଷ ଟଙ୍କାର ନଗଦ ରାଶି ମଧ୍ୟ ଘୋଷଣା କରିଛନ୍ତି । ଜାମ୍ମୁ-କାଶ୍ମୀର ପୋଲିସ ଲୋକଙ୍କଠାରୁ ଏହି ଆତଙ୍କବାଦୀମାନଙ୍କ ଉପସ୍ଥିତି ଏବଂ ଆବାଜାହୀ ବିଷୟରେ ସୂଚନା ଦେବାର ଅପିଲ ଜାରି କରିଛନ୍ତି ।

Get real time updates directly on you device, subscribe now.