fbpx

ପୁଲୱାମାରେ ନିଜକୁ ଗୁଳି ମାରି ଆତ୍ମହତ୍ୟା କଲେ ଯବାନ୍, କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ଜମ୍ମୁ: ଦେଶ ଓ ଏଥିରେ ରହୁଥିବା ଲୋକମାନଙ୍କ ସେବା ପାଇଁ ସର୍ବଦା ସଜାଗ ରହୁଛନ୍ତି ସେନାର ଯବାନ । ପ୍ରତିଦିନ ଅନେକ ସମସ୍ୟାର ସାମ୍ନା କରି ବି ସେମାନେ ଦେଶର ସୁରକ୍ଷା ପାଇଁ ଖୁସି ଖୁସିରେ ଜୀବନ ଦେଉଛନ୍ତି । ଏହାରି ମଧ୍ୟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ କାଶ୍ମୀରରେ ସୋମବାର ଦିନ ୨ଟି ଅଲଗା ଅଲଗା ସ୍ଥାନରେ ୨ ଯବାନଙ୍କ ମୃତ୍ୟୁ ହୋଇଛି । ପୁଲୱାମାର ଲେଥପୋର ଅଞ୍ଚଳରେ ଡ୍ୟୁଟି କରୁଥିବା ଜଣେ ଯବାନ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି । ଯବାନ ଜଣକ ରାଜସ୍ଥାନର ବାସିନ୍ଦା ଭୂପିନ୍ଦର ସିଂହ ବୋଲି ଜଣାପଡିଛି । ପୋଲିସ ଏହାକୁ ନେଇ ଏକ ମାମଲା ରୁଜୁ କରିଛନ୍ତି ।

କୁହାଯାଉଛି ଯେ, ଯବାନ ଜଣକ ପାରିବାରିକ କଳହ ଯୋଗୁଁ ଚାପରେ ଥିଲେ । ଯବାନ ମୃତ୍ୟୁ ପୂର୍ବରୁ ୫ ପୃଷ୍ଠାର ସୁଇସାଇଟ୍ ନୋଟ୍ ଲେଖି ଛାଡିଛନ୍ତି । ରବିବାର ଦିନ ଡ୍ୟୁଟି ସାରି ସନ୍ଧ୍ୟାରେ ସେ ରୁମରେ ଥିଲେ । କୁହାଯାଉଛି ଯେ, ରାତିରେ ସେ ନିଜ ଶଶୂରଙ୍କ ସହ କଥା ହୋଇଥିଲେ । ଏହା ସହ କୁହାଯାଉଛି ଯେ, ଭୂପେନ୍ଦର ସ୍ଥାନୀୟ ପୋଲିସକୁ ଫୋନ୍ କରି ଆତ୍ମହତ୍ୟା ବିଷୟରେ ସୂଚନା ଦେଇଥିଲେ । ପୋଲିସ ସିଆରପିଏଫ୍ କଣ୍ଟ୍ରୋଲକୁ ସୂଚନା ଦେବା ପରେ ଅଧିକାରୀମାନେ ଭୂପିନ୍ଦରଙ୍କ ରୁମକୁ ଯାଇଥିଲେ । କିନ୍ତୁ ଯବାନଙ୍କ ରୁମକକୁ ପହଞ୍ଚିବା ପୂବରୁ ସେ ରାଇଫଲରୁ ନିଜକୁ ଗୁଳି କରିସାରିଥିଲେ । ତେବେ ଭୂପିନ୍ଦର ୨୧ ନଭେମ୍ବରରେ ନିଜ ଘରକୁ ଆସିଥାନ୍ତେ । ଯବାନଙ୍କ ପରିବାର ପତ୍ନୀଙ୍କୁ ଛାଡି ୧୩ ବର୍ଷର ଝିଅ ଓ ୧୦ ବର୍ଷର ପୁଅ ଅଛନ୍ତି ।

ଅନ୍ୟପଟେ ଦ୍ୱିତୀୟ ଘଟଣା ମଧ୍ୟ କାଶ୍ମୀରର ବଡ଼ଗାମ ଜିଲ୍ଲାରେ ଦେଖିବାକୁ ମିଳିଛି । ନାଗମ ଚନ୍ଦୁରାରେ ସୋମବାର ସକାଳେ ହାର୍ଟ ଆଟାକ୍ ଆସିବାକୁ ଜଣେ ଏସଏସବି ଯବାନଙ୍କ ମୃତ୍ୟୁ ହୋଇଛି । ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୧୪-ବାଟାଲିୟନ ଏସଏସବି ନାଗମରେ ଡ୍ୟୁଟି କରୁଥିବା ରାଜସ୍ଥାନର କନୁଜା ଲାଲାଙ୍କ ପୁଅ ଭବାନି ସିଂହଙ୍କୁ ହାର୍ଟ ଆଟାକ୍ ଆସିଥିଲା । ଫଳରେ ଯବାନଙ୍କ ମୃତ୍ୟୁ ହୋଇଥିଲା । ଯବାନଙ୍କ ପାର୍ଥିକ ଶରୀର ରାଜସ୍ଥାନରେ ତାଙ୍କ ଘରକୁ ପଠାଯାଇଛି ।

Get real time updates directly on you device, subscribe now.