fbpx

ଜମ୍ମୁ-କଶ୍ମୀରକୁ ପୁଣି ମିଳିବ ରାଜ୍ୟ ମାନ୍ୟତା! ଜୁନ ୨୪ରେ ଏନେଇ ହେବ ଗୁରୁତ୍ଵପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରକକୁ ଖୁବ୍ ଶୀଘ୍ର ରାଜ୍ୟ ମାନ୍ୟତା ପ୍ରଦାନ କରାଯାଇପାରେ । ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ମଧ୍ୟ ରାଜ୍ୟବାସୀଙ୍କୁ ଏହି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଜମ୍ମୁ-କଶ୍ମୀରକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ନେଇ କୌଣସି ଆଲୋଚନା ହୋଇ ନାହିଁ । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଗୁରୁବାର ଏନେଇ ଆଲୋଚନା କରିବେ । ଏହା ପୂର୍ବରୁ ଶୁକ୍ରବାର ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ଦୁଇଟି ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ସାରିଛି । ଅପରପକ୍ଷେ ଜମ୍ମୁ-କଶ୍ମୀରକୁ ପୁନର୍ବାର ରାଜ୍ୟ ମାନ୍ୟତା ପ୍ରଦାନ କରିବା ନେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଅନେକ ମାସ ଧରି ନିଜ କାର୍ୟ୍ୟରେ ଲାଗିଛନ୍ତି ।

ଜମ୍ମୁ-କଶ୍ମୀରରୁ ୨୦୧୯ ଅଗଷ୍ଟ ୫ରେ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରାଯାଇଥିଲା ଏବଂ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା । ଗୋଟିଏ ଜମ୍ମୁ-କଶ୍ମୀର ଏବଂ ଅନ୍ୟଟି ହେଲା ଲଦାଖ । ଏବେ ଜମ୍ମୁ-କଶ୍ମୀରକୁ ପୁନର୍ବାର ରାଜ୍ୟ ମାନ୍ୟତା ପ୍ରଦାନ କଲେ ଏହା ଏନଡିଏ ସରକାର ପାଇଁ ବହୁତ ବଡ ସଫଳତା ହେବ । ଜମ୍ମୁ-କଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିବା ପରେ ବର୍ତ୍ତମାନ କେନ୍ଦ୍ର ସରକାର ରଣନୈତିକ ଉଦ୍ଦେଶ୍ୟ ପ୍ରାପ୍ତ କରିବାକୁ ଚାହୁଁଛନ୍ତି । କଶ୍ମୀରରେ ସଂପ୍ରତି ସୁରକ୍ଷା ବ୍ୟବସ୍ଥା ନିୟନ୍ତ୍ରଣରେ ରହିଛି । ଗତ ବର୍ଷ ରାଜ୍ୟରେ ଜିଲ୍ଲା ପରିଷଦ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ହୋଇଥିଲା ।

Get real time updates directly on you device, subscribe now.