fbpx

ଜାମ୍ମୁ କାଶ୍ମୀରରେ ସେନାକୁ ବଡ ସଫଳତା, ଟିଆରଏଫ ଓ ଲସ୍କର-ଇ-ତାଇବାର ୫ ଆତଙ୍କବାଦୀ ନିପାତ

ଶ୍ରୀନଗର: ଦକ୍ଷିଣ କାଶ୍ମୀର କୁଲଗାଓଁ ଜିଲ୍ଲା ସମନୁ ଗ୍ରାମରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିଗୋଳା ବର୍ଷଣରେ ୫ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏହି ଅଞ୍ଚଳରେ ଆତଙ୍କବାଦୀ ରହିଥିବା ସୂଚନା ପାଇବା ପରେ ସୁରକ୍ଷା କର୍ମୀ ଗୁରୁବାର ସକାଳେ ଅପରେସନ ଆରମ୍ଭ କରିଥିଲେ । ମୃତ ସମସ୍ତ ଆତଙ୍କବାଦୀ ଟିଆରଏଫ ଓ ଲସ୍କର ଇ ତାଇବା ସହ ଜଡିତ ଥିଲେ ।

ମିଳିଥିବା ସୂଚନାରୁ ଜଣାପଡିଛି ସୁରକ୍ଷା କର୍ମୀ ଏଠାରେ ଆତଙ୍କବାଦୀ ଲୁଚି ରହିଥିବାର ଖବର ପାଇବା ପରେ ଶୁକ୍ରବାର ସମନୋ ଗ୍ରାମକୁ ଘେରାବନ୍ଦୀ କରିଦେଇଥିଲେ । ଜଣେ ଅଧିକାରୀ କହିଛନ୍ତି ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚଳାଇଥିଲେ । ଏହାପରେ ସୁରକ୍ଷା କର୍ମୀ ପାଲଟା ଆକ୍ରମଣ କରିଥିଲେ । ଅଧିକାରୀ କହିଛନ୍ତି ଯେଉଁ ସ୍ଥାନରେ ଆତଙ୍କବାଦୀମାନେ ଆଡ୍ଡା ଜମାଇଥିଲେ ସେ ସ୍ଥାନକୁ ଚାରିପଟୁ ସୁରକ୍ଷା କର୍ମୀ ଘେରି ନେଇଥିଲେ ।

Get real time updates directly on you device, subscribe now.