ସୋପିଆନରେ ବଡ଼ଧରଣର ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିହତ

ନୂଆଦିଲ୍ଲୀ: ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ଜମ୍ମୁ-କାଶ୍ମୀରର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି। ଏହି ଅଞ୍ଚଳକୁ ଘେରାବନ୍ଦି କରି ରଖିଛନ୍ତି ସୁରକ୍ଷାକର୍ମୀ। ୩ ଲସ୍କର ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି।

ସୁରକ୍ଷା ବାହିନୀ ଜମ୍ମୁ-କାଶ୍ମୀରରେ ତିନି ଜଣ ଆତଙ୍କବାଦୀଙ୍କ ପୋଷ୍ଟର ମଧ୍ୟ ଲଗାଇଛନ୍ତି। ସେମାନଙ୍କ ଉପରେ 20 ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଛି।

ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସେନା ଅନେକ ସ୍ଥାନରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି। ଏବେ ସୋପିଆନରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ଆରମ୍ଭ ହୋଇଛି। ରିପୋର୍ଟ ଅନୁସାରେ, ସେଠାରେ ଅନେକ ଆତଙ୍କବାଦୀ ଅଛନ୍ତି।