fbpx
BSKY SKY
BSKY SKY

କାହିଁକି ଏକୁଟିଆ ଅନୁଭବ କରୁଛନ୍ତି ଜାନୱୀ,ଜାଣନ୍ତୁ ଜାନୱୀଙ୍କ ବ୍ୟକ୍ତିଗତ ଜୀବନର ଦୁଃଖ…….

BSKY

ମୁମ୍ବାଇ: ଭାରି ଏକା ଜାନୱୀ କପୁର । ଏକ ଟିଭି ସୋରେ ଜାନୱୀ ତାଙ୍କର ଦୁଃଖ କଥା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ମୁଁ ବର୍ତ୍ତମାନ ସିଙ୍ଗଲ ଅଛି ଏଇଟା ସତ, କିନ୍ତୁ ମତେ ବେଳେ ବେଳେ ବହୁତ ଏକୁଟିଆ ଅନୁଭବ ହୁଏ । ନିକଟରେ କଫି ଉଇଥ କରନରେ ଅଭିନେତ୍ରୀ ଜଣକ ଏବେ ସିଙ୍ଗଲ ଥିବା କଥା ପ୍ରକାଶ କରିଛନ୍ତି । ଏହା ସହିତ ଯେଉଁମାନେ ଏହା ଜାଣି ତାଙ୍କ ନିକଟତର ହେବାକୁ ଚାହୁଁଛନ୍ତି ତେବେ ତାଙ୍କ ଠାରୁ ଦୂର ହିଁ ରୁହନ୍ତୁ ବୋଲି ସେ ପ୍ରକାଶ କରିଛନ୍ତି ।

ଜାନୱୀ ନିକଟରେ ଗୁଡ ଲକ ଜେରି ରେ ନଜର ଆସିଥିଲେ ।ଯେଉଁଥିରେ ସେ ଜଣେ ଡ୍ରଗ୍ସ ବ୍ୟବସାୟୀ ଭୂମିକାରେ ନଜର ଆସିଛନ୍ତି । ଏହି ଚଳଚିତ୍ରରେ ତାଙ୍କ ମାଆଙ୍କୁ କ୍ୟାନ୍ସର ରୋଗ ହୋଇଥିବା ବେଳେ ସେ ତାଙ୍କର ଚିକିତ୍ସା କରିବା ପାଇଁ ଏଭଳି ଡ୍ରଗ୍ସ ବ୍ୟବସାୟୀ କରୁଥିବାର ଜାଣିବାକୁ ମିଳିଛି।

ତେବେ ଏହି ଚଳଚିତ୍ରର ପ୍ରମୋଶନ ପାଇଁ ସେ ରଣବୀରଙ୍କ ଶୋକୁ ଆସିଥିବା ବେଳେ ତାଙ୍କର ବ୍ୟକ୍ତିଗତ ଜୀବନ ଉପରୁ ପରଦା ହଟାଇଥିଲେ । ସେ ଏହି ଶୋ ରେ ପ୍ରକାଶ କରିଥିଲେ ଯେ ମୁଁ ବର୍ତ୍ତମାନ ସିଙ୍ଗଲ ଥାଇକି ଖୁସିରେ ଅଛି । କିନ୍ତୁ ବେଳେ ବେଳେ ମୁଁ ଏକୁଟିଆ ଅନୁଭବ କରେ । ଏକୁଟିଆ ଥାଇ ମଧ୍ୟ ସେ କାହାରିକୁ ଡେଟ କରିବେ ନାହିଁ ବୋଲି ସିଧା ସିଧା କହିଛନ୍ତି । ମୁଁ ବର୍ତ୍ତମାନ ସେହି ସବୁ ଜିନିଷ ପ୍ରତି ଆକୃଷ୍ଟ ଯାହା ମୋତେ ସୁସ୍ଥ ରଖିବାକୁ ଏବଂ ପୂର୍ବ ଘଟଣାକୁ ଭୁଲିବାରେ ମତେ ସାହାର୍ଯ୍ୟ କରିବ ।

ଏହା ସହିତ ସେ ତାଙ୍କ ଅତୀତ କଥା କହିଛନ୍ତି । ସେ କହିଛନ୍ତି କାହା ସହିତ ଅନ୍ତରଙ୍ଗ ହେବା ବର୍ତ୍ତମାନ ଏତେ ସୁଗମଜନକ ହୋଇ ଯାଇଛି ଯେ ଆପଣ ଏହାକୁ ଅତ୍ୟନ୍ତ ସୁବିଧା ଜନକ ଭାବରେ ପାଇ ପାରିବେ କିନ୍ତୁ ପରିବର୍ତ୍ତୀ ସମୟକ୍ରମେ ଏହା କେତେ ଯେ ଭୟଙ୍କର ହୋଇପାରେ ତାହା ଆପଣ କଳ୍ପନା କରି ପାରିବେ ନାହିଁ । ଲୋକେ ନିଜ ସ୍ୱାର୍ଥ ହିସାବରେ ମିଶନ୍ତି ଆଉ ପ୍ରକୃତ ସର୍ମ୍ପକ ଠାରୁ ନିଜକୁ ଦୁରେଇ ରଖିଥାଆନ୍ତି ।ଏହାପରେ ଜାନୱୀ ତାଙ୍କ ଭବିଷ୍ୟତର ବୟଫ୍ରେଣ୍ଡ ପାଇଁ ଏକ ମେସେଜ ଦେଇଥିଲେ । କହିଥିଲେ ତୁମେ ମୋତେ ଖୁସିରେ ରଖିବାକୁ ଚେଷ୍ଟା କର, ମୋତେ ହସାଇବାକୁ ଚେଷ୍ଟା କର ମୁଁ ମଧ୍ୟ ଆପଣଙ୍କ ସହ ଖୁସିରେ ରହିବି ଆଉ ସବୁ ବେଳେ ତୁମ ସହିତ ରହିବି ।

Get real time updates directly on you device, subscribe now.