fbpx

ଜାପାନ ଅନୁସରଣ କଲା ଭାରତର ପଥ : ମିଶନ ମୁନ କଲା ଲଞ୍ଚ, ଜାଣିନିଅନ୍ତୁ ଚନ୍ଦ୍ରରେ ପହଞ୍ଚିବାକୁ କେତେ ସମୟ ଲାଗିବ?

ନୂଆଦିଲ୍ଲୀ : ଆଜି ସକାଳ ସମୟରେ ଜାପାନ ଜାତୀୟ ମହାକାଶ ଏଜେନ୍ସି ନେଇଥିବା ଚନ୍ଦ୍ର ଲ୍ୟାଣ୍ଡର ରକେଟ H-IIA ଉତକ୍ଷେପଣ କରିଛି । ଏହି ଉତକ୍ଷେପଣଟି ତାନେଗାସିମା ସ୍ପେସ ସେଣ୍ଟରରୁ ହୋଇଥିବାର ଜଣାପଡିଛି । ଗତ ମାସରେ ଅସନ୍ତୁଷ୍ଟ ପାଗ ଯୋଗୁଁ ତିନିଥର ଏହି ମିଶନକୁ ସ୍ଥଗିତ ରଖାଯାଇଥିଲା । ଜାପାନର ଏରୋସ୍ପେସ ଏକ୍ସପ୍ଲୋରେସନ ଏଜେନ୍ସି (ଜାକ୍ସା) ଦ୍ୱାରା ଲଞ୍ଚ କରାଯାଇଥିବା ମୁନ ମିଶନ “ମୁନ ସ୍ନାଇପର’ ରକେଟ ଏକ ଲ୍ୟାଣ୍ଡର ବହନ କରିବ । ଯାହା କି ଚାରିରୁ ଛଅ ମାସ ମଧ୍ୟରେ ଚନ୍ଦ୍ର ପୃଷ୍ଟରେ ପହଞ୍ଚିବ ବୋଲି ଆଶା କରାଯାଇଛି ।

ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତର ପଥ ଅନୁସରଣ କରୁଛି ଜାପାନ । ଭାରତ ପରେ ପରେ ମୁନ ମିଶନ ଆରମ୍ଭ କରିଛି ଜାପାନ । ଗତମାସରେ ପାଗ ଖରାପ ଥିବା ହେତୁ ଜାପାନ H-IIA ଉତକ୍ଷେପଣ କରିପାରୁ ନଥିଲା । ତେଣୁ ଆଜି ଜାପାନ ଏନେଇ ତାର ପ୍ରଥମ ପାଦ ଆଗକୁ ବଢାଇଛି । ଜାପାନର ଚନ୍ଦ୍ର ମିଶନ ବ୍ରହ୍ମାଣ୍ଡର ବିବର୍ତ୍ତନକୁ ଯାଞ୍ଚ କରିବା ପାଇଁ ଏକ ଏକ୍ସ-ରେ ଇମେଜିଙ୍ଗ ଉପଗ୍ରହ ବହନ କରିଛି । ଉତକ୍ଷପଣ ସମୟରେ ୟୁଟୁବ ଚ୍ୟାନେଲରେ ଜାକ୍ସାର ସିଧାପ୍ରସାରଣ ଇଂରାଜୀ ଏବଂ ଜାପାନୀ ଭାଷାରେ କରାଯାଉଥିଲା । ଅନେକ ଦିନରୁ ଜାପାନ ଏନେଇ କାର୍ଯ୍ୟ କରିଆସୁଥିଲା । କୁହାଯାଉଛି ଯେ, ଏହି ମିଶନ ଅଧୀନରେ ଜଣେ ସ୍ମାର୍ଟ ଲ୍ୟାଣ୍ଡର ଯାଞ୍ଚ ପାଇଁ ଚନ୍ଦ୍ରରେ ଅବତରଣ କରିବାକୁ ପଡିବ ।

ଜାପାନ ସ୍ପେସ ଏଜେନ୍ସି H2A ରକେଟ ମାଧ୍ୟମରେ ଚନ୍ଦ୍ରକୁ ସ୍ନାଇପର ପଠାଉଛି । ଏହି ରକେଟରେ ଏଚ୍ଚ ଟେକ୍ନୋଲୋଜି କ୍ୟାମେରା ସହିତ ସଜ୍ଜିତ ହୋଇଛି, ଯାହାକି ଚନ୍ଦ୍ରକୁ ବୁଝିବାରେ ସାହାଯ୍ୟ କରିବ । ଏହାର ଅବତରଣ ଆସନ୍ତା ବର୍ଷ ଆରମ୍ଭରେ ଧାର୍ଯ୍ୟ କରାଯାଇଛି । ଏହା ହେଉଛି ଜାପାନର ପ୍ରଥମ ପ୍ରୟାସ ।

Get real time updates directly on you device, subscribe now.