ସରକାରଙ୍କ ସତର୍କବାଣୀ: ଜାପାନରେ ହୋଇପାରେ ମେଗାକ୍ବେକ, 3 ଲକ୍ଷ ଲୋକଙ୍କର ଯାଇପାରେ ଜୀବନ
ଜାପାନରେ 12 ଲକ୍ଷ ଲୋକଙ୍କର ବିପଦରେ ଜୀବନ ।
ନୂଆଦିଲ୍ଲୀ: ଜାପାନ ସରକାରଙ୍କ ସତର୍କବାଣୀ । ଜାପାନକୁ ଗ୍ରାସିକ ମହାଭୂକମ୍ପ । ଜାପାନ ସରକାର ଏନେଇ ସତର୍କ କରାଇବା ପରେ ଛାନିଆ ଦେଶବାସୀ । ତେବେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ, ଜାପାନକୁ ମହାଭୂକମ୍ପ ଗ୍ରାସିପାରେ । ପ୍ରଶାନ୍ତ ମହାସାଗରର ତଟବର୍ତ୍ତୀ ଅଞ୍ଚଳରେ ଏହା ଅଧିକ ପ୍ରଭାବ ପକାଇପାରେ ବୋଲି କୁହାଯାଇଛି ।
ତେବେ କେବଳ ଭୂକମ୍ପ ନୁହେଁ ଏହାପରେ ସୁନାମୀ ମଧ୍ୟ ଆସିବ । 3 ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ ବୋଲି ମଧ୍ୟ କୁହାଯାଇଛି । ଅନେକ କୋଠା ମାଟିରେ ଭୁଶୁଡିବ । ଗତବର୍ଷ ମଧ୍ୟ ସରକାରଙ୍କ ପକ୍ଷରୁ ମେଗାକ୍ବେକ ନେଇ ଆକଳନ କରିଥିଲେ । ତେବେ ସରକାରଙ୍କ ପକ୍ଷରୁ ଏଭଳି ସତର୍କବାଣୀ ଜାରି କରିବା ପରେ କୋକୁଆଭୟ ଖେଳିଯାଇଛି ।
ଏକ କ୍ୟାବିନେଟ୍ ରିପୋର୍ଟ ମୁତାବକ, ମେଗାକ୍ବେକ ଯୋଗୁ ଜାପାନର ଅର୍ଥବ୍ୟବସ୍ଥା 1.81 ଲକ୍ଷ କୋଟି ଡଲାର ହରାଇପାରେ । ଯାହାକି ଦେଶର ମୋଟ ଜିଡିପିର ଅଧା । 9 ତୀବ୍ରାତାର ଭୂମିକମ୍ପ ଆସିବା ନେଇ ଆକଳନ କରାଯାଇଥିବା ବେଳେ ବିପଦରେ 12 ଲକ୍ଷଙ୍କ ଜୀବନ ରହିଛି ।