fbpx

କର୍ଣ୍ଣିଆ ସଂକ୍ରମଣ ପରେ ଜସ୍ମିନ ଭସୀନଙ୍କ ଆଖିରୁ ଖୋଲା ହେଲା ପଟ୍ଟି, କହିଲେ କେମିତି ଅଛନ୍ତି ସେ, ବୟଫ୍ରେଣ୍ଡ ଅଲି ଗୋନି ଦେଉଛନ୍ତି ସାହସ


ଓଡିଶା ଭାସ୍କର: ଟେଲିଭିଜନ ଅଭିନେତ୍ରୀ ସୌନ୍ଦର୍ଯ୍ୟମୟୀ ଜସ୍ମିନ ଭେସୀନ ଏବେ କର୍ଣ୍ଣିଆ ଡେମେଜ ଦେଇ ଗତି କରୁଛନ୍ତି । ପ୍ରକାଶ ଥାଉ, ଏହି ଅଭିନେତ୍ରୀ ଜଣକ ଦିଲ୍ଲୀର ଏକ ଉତ୍ସବରେ ସାମିଲ ହୋଇଥିଲେ । ସେହି ସମୟରେ ତାଙ୍କର ଏହି ଅସୁବିଧା ସାମ୍ନାକୁ ଆସିଥିଲା । ପରବର୍ତ୍ତୀ ସମୟରେ ସେ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ତାଙ୍କର କାର୍ନିଆ ଖରାଫ ହୋଇଥିବା ଡାକ୍ତର କହିଥିଲେ । ଏବେ ଅଭିନେତ୍ରୀ ନିଜେ ଏହାର ଅପଡେଟ ଦେଇଛନ୍ତି ।


ସୋସିଆଲ ମିଡିଆରେ ନିଜର ଫଟୋ ସେୟାର କରି ଜସ୍ମିନ କହିଛନ୍ତି ଯେ ସେ ପୂର୍ବ ଅପେକ୍ଷା ବର୍ତ୍ତମାନ ଭଲ ଅଛନ୍ତି ଓ ଶୀଘ୍ର ଏହାଠୁ ମୁକୁଳିଯିବେ । ଫ୍ୟାନ୍ସଙ୍କ ଭଲପାଇବାକୁ ନେଇ ଜସ୍ମିନ ସେମାନଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ତାହାସହ ତାଙ୍କର ବୟଫ୍ରେଣ୍ଡ ଅଲି ଗୋନୀ ମଧ୍ୟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ନିଜ ପ୍ରେମିକାଙ୍କୁ ସ୍ୱତନ୍ତ୍ର ଖୁସି ଦେଇଛନ୍ତି । ଏଥିରେ ସେ ଜସ୍ମିନଙ୍କୁ ନିଜ କାନ୍ଧରେ ଜାବୁଡି ଧରିଛନ୍ତି । ଏମାନଙ୍କୁ ଦେଖିଲେ ଲାଗୁଛି, ‘ପ୍ରେମ ଶାଶ୍ୱତ, ଚିରନ୍ତନଓ ଅନନ୍ତ’! ଏହାବାଦ ଫଟୋ କ୍ୟାପସନରେ ଅଲି ଲେଖିଛନ୍ତି, ‘ଖୁବ ସୁନ୍ଦର’ । ଏଥିରେ ଜସ୍ମିନ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ତାଙ୍କ ହିରୋଙ୍କ ସହଯୋଗକୁ ବି ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.