ହସ୍ପିଟାଲରେ ଭର୍ତ୍ତି ହେଲେ ଯଶପ୍ରୀତ ବୁମ୍ରା, ଅଧିନାୟକ ଭାର ତୁଲାଇଲେ ବିରାଟ
ଆହତ ହେଲେ ବୁମ୍ରା। ମ୍ୟାଚ୍ ଅଧାରେ ଛାଡ଼ି ହସ୍ପିଟାଲରେ ହେଲେ ଭର୍ତ୍ତି। ଅଧିନାୟକ ଦାୟୁତ୍ୱକୁ ଫେରିଲେ ବିରାଟ କୋହଲି।
ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ସିଡନୀରେ ଖେଳାଯାଉଛି । ଖେଳରେ ଆହତ ହେଲେ ବୁମ୍ରା। ମ୍ୟାଚ୍ ଅଧାରେ ଛାଡ଼ି ହସ୍ପିଟାଲରେ ହେଲେ ଭର୍ତ୍ତି।
ଦ୍ବିତୀୟ ଦିନ ମଧ୍ୟାହ୍ନ ଭୋଜନ ପରେ ଅଧିନାୟକ ଯଶପ୍ରୀତ ବୁମ୍ରା ପଡ଼ିଆ ଛାଡ଼ି ପଡ଼ିଆ ବାହାରକୁ ଯାଉଥିବା ଦେଖିବାପରେ ଭାରତକୁ ବଡ଼ ଝଟକା ଲାଗିଥିଲା । ଅଧିନାୟକ ଦାୟୁତ୍ୱ ତୁଲାଇଲେ କୋହଲି।
ସ୍କାନ୍ ପାଇଁ ଗଲେ ହସ୍ପିଟାଲ: ଏହାର କିଛି ସମୟ ପରେ ସେ ଅଭ୍ୟାସ ଜର୍ସି ପିନ୍ଧି ପଡ଼ିଆରୁ ପାର୍କିଂ ସ୍ଥଳ ଆଡ଼କୁ ଯାଉଥିବା ଦେଖିବାକୁ ମିଳିଥିଲେ । ଏହାପରେ ଡାକ୍ତରୀ ଦଳର ଡାକ୍ତରଙ୍କ ସହ କାର୍ ରେ ପଡ଼ିଆ ଛାଡ଼ିଥିଲେ ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସ୍କାନ୍ ପାଇଁ ସେ ହସ୍ପିଟାଲ ଯାଇଛନ୍ତି । ତେବେ ଏହାର ସଠିକ ସୂଚନା ମିଳିପାରିନାହିଁ । ଏନେଇ ବିସିସିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।
Jasprit Bumrah has left the SCG: https://t.co/0nmjl6Qp2a pic.twitter.com/oQaygWRMyc
— cricket.com.au (@cricketcomau) January 4, 2025
ଏହା ଭାରତ ପାଇଁ ଏକ ବଡ଼ ଝଟକା ହୋଇପାରେ, କାରଣ ବୁମ୍ରା ଅଧିନାୟକ ଏବଂ ଷ୍ଟ୍ରାଇକ୍ ବୋଲର ମଧ୍ୟ । ଏହି ଟେଷ୍ଟ୍ ମ୍ୟାଚ୍ ରେ ଭାରତୀୟ ଦଳ ପାଇଁ ତାଙ୍କର ବୋଲିଂ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି ।