BIG BREAKING: ଯାତ୍ରାପାର୍ଟି ଟ୍ରକ ଦୁର୍ଘଟଣାଗ୍ରସ୍ତ, ୪ ଆହତ

ଓଡିଶା ଭାସ୍କର: ଘାଟିରେ ଯାତ୍ରାପାର୍ଟି ଟ୍ରକ ଦୁର୍ଘଟଣାଗ୍ରସ୍ତ। ତେଲକୋଇ-କାଞ୍ଜିପାଣିକୁ ସଂଯୋଗ କରୁଥିବା ଘାଟିରେ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ଏହି ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୪ ଆହତ ହୋଇଥିବା ବେଳେ ଏଥିରେ ୨ ଜଣ ଗୁରୁତର ରହିଛନ୍ତି। ସମସ୍ତ ଆହତଙ୍କୁ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ଅନୁଯାୟୀ, ବାଲେଶ୍ୱରର ତାରିଣୀ ଗଣନାଟ୍ୟ ନାମକ ଏକ ଯାତ୍ରା ପାର୍ଟି ତେଲକୋଇ ଥାନା ଅନ୍ତର୍ଗତ ଦୁଲ୍ଲଭପୁର ଗାଁକୁ ଯାତ୍ରା ପରିବେଷଣ କରିବା ପାଇଁ ଆବଶ୍ୟକ ଜିନିଷ ଟ୍ରକ୍‌ ଯୋଗେ ପଠାଇଥିଲା। ତେବେ କାଞ୍ଜିପାଣି ଘାଟିରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘାଟିର ଏକ ବୁଲାଣି ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ କରାଯାଇଥିବା ସପୋର୍ଟ ୱାଲ ଉପରେ ଟ୍ରକ୍‌ଟି ଚଢ଼ି ଯାଇଥିଲା। ଟ୍ରକ୍‌ଟିରେ ଯାତ୍ରା ପାର୍ଟିର ଜିନିଷପତ୍ର ସହିତ ୧୨ ଜଣ ଲୋକ ରହିଥିଲେ ହୋଇଥିଲେ। ଦୁର୍ଘଟଣା ଫଳରେ ଏଥିରେ ୪ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନେ ହେଉଛନ୍ତି- ଝୁଣ୍ଟୁ ମୁଦୁଲି, ଦୁର୍ଜନ ମାଝି, କାହ୍ନା ପାତ୍ର ଓ ବାଦଲ ମାଝି। ସମସ୍ତଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।