fbpx

ଚିତ୍ରକଳାରେ ଚାଚା ନେହେରୁଙ୍କ ସ୍ମୃତିଚାରଣ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହାରଲାଲ ନେହେରୁଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ଚିତ୍ରକଳା ଜରିଆରେ ସ୍ମୃତିଚାରଣ କରିଛନ୍ତି କଳାକାର ପ୍ରିୟଙ୍କା ସାହାଣୀ । ଶିଶୁଙ୍କ ପ୍ରିୟ ନେହେରୁଙ୍କ ଏକ ସୁଦୃଶ୍ୟ ଚିତ୍ର ଆଙ୍କିଥିବା ବେଳେ ଏଥିରେ ବ୍ୟବହାର କରିଛନ୍ତି ବେବି ୱେଟ ୱାଇପର ଏବଂ ଫେସ ଟିସୁ ପେପର । ଏହି ଚିତ୍ରକଳା ଜରିଆରେ କେବଳ ନେହେରୁଙ୍କୁ ନୁହେଁ ବରଂ ମଧୁମେହ ସଚେତନତା ସୃଷ୍ଟି କରାଯାଇଛି ।

ବିଶ୍ୱ ମଧୁମେହ ଦିବସ ଏବଂ ଶିଶୁ ଦିବସ ଏକା ସାଥୀରେ ପଡୁଥିବାରୁ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ମଧୁମେହ ସଚେତନତା ବାର୍ତ୍ତାମ ମଧ୍ୟ ଦେଖିବାକୁ ମିଳିଛି । ୨୦୨୧ରେ ସମସ୍ତଙ୍କୁ ମଧୁମେହ ଚିକ୍ରିତ୍ସା ପ୍ରଦାନ କରିବା ଚଳିତ ବର୍ଷର ଥିମ ରହିଛି । ଏହା ସହିତ ଶିଶୁ ମାନଙ୍କୁ ବାଧାବିଘ୍ନରୁ ବାହାର କରିବା ସହିତ ଏକ ଶିଖିବାର ଅବକାଶ ପ୍ରଦାନ କରିବା ଶିଶୁ ଦିବସର ଥିମ୍ ରହିଛି ।

Get real time updates directly on you device, subscribe now.