fbpx
BSKY SKY
BSKY SKY

ପ୍ରଥମ ସୋ ଶେଷ ହେବା ପୂର୍ବରୁ ଲିକ ହେଲା ‘ଜୱାନ’ ଫିଲ୍ମ: ଫିଲ୍ମ ନିର୍ମାତାଙ୍କ ଉପରେ ପଡିପାରେ ପ୍ରଭାବ

BSKY

ମୁମ୍ବାଇ : ଶାହରୁଖ ଖାନ ଏବଂ ନୟନତାରାଙ୍କ ଷ୍ଟାରର ଫିଲ୍ମ ‘ଜୱାନ’ ଆଜି ରିଲିଜ ହୋଇଛି । ପ୍ରିଭ୍ୟୁ ଏବଂ ଟ୍ରେଲର ଦେଖିବା ପରେ ଦର୍ଶକମାନଙ୍କ ମନରେ ଅହୁରି ଉତ୍ସାହ ବଢି ଯାଇଛି । ଏହି ଫିଲ୍ମକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି । ଅଟଲି କୁମାରଙ୍କ ନିର୍ଦ୍ଦେଶରେ ନିର୍ମାଣ ହୋଇଥିବା ଫିଲ୍ମର କ୍ରେଜ ଦୁବାଇର ବ୍ରୃଜ ଖଲିଫାରେ ମଧ୍ୟ ଦେଖିବାକୁ ମିଳିଛି । କୁହାଯାଉଛି ଫିଲ୍ମ ‘ପଠାନ’ ପରେ ଏବେ ବକ୍ସ ଅଫିସରେ ଧମାକା କରିବ ‘ଜୱାନ’ । ଯାହା ଶାହରୁଖ ଖାନଙ୍କ ଦ୍ୱିତୀୟ ଫିଲ୍ମ । ଏହାରି ମଧ୍ୟରେ ଫିଲ୍ମ ନିର୍ମାଣକାରୀଙ୍କ ପାଇଁ ସାମ୍ନାକୁ ଆସିଛି ଏକ ଖରାପ ଖବର । ଯାହା ଦ୍ୱାରା ଫିଲ୍ମ ନିର୍ମାଣକାରୀଙ୍କୁ ବଡ ଝଟକା ଲାଗିଛି ।

ଫିଲ୍ମ ପାଇଁ ଲୋକମାନଙ୍କ ମଧ୍ୟରେ ଯେଉଁ ଆଗ୍ରହ ଦେଖିବାକୁ ମିଳିଛି । ସେହିପରି ଭାବରେ ପାଇରସ କରିବା ପାଇଁ ମଧ୍ୟ ଲୋକମାନେ ଚାହିଁ ରହିଛନ୍ତି । ଫିଲ୍ମ ‘ଜୱାନ’ର ପ୍ରଥମ ସୋ ଶେଷ ନ ହେବା ଆଗରୁ ଏହା ଲିକ ହୋଇଥିଲା । ତେବେ ଏହି ପାଇରସର ପ୍ରଭାବ ଫିଲ୍ମର ବ୍ୟବସାୟକୁ ମାନ୍ଦା କରିବ ।

ଏହି ଫିଲ୍ମଟି ଅନେକ ସାଇଟରେ ଲିକ ହୋଇଛି । ତାମିଲ ରକର୍ସ,ପାଗଲୱାର୍ଲ୍ଡ, ବେଗା ମୁଭି, ଟୋରେଣ୍ଟ ଏବଂ ଫିଲ୍ମ ଜିଲ୍ଲା ପରି ଅନେକ ସ୍ଥାନରେ ଏହି ଫିଲ୍ମର ଏଚଡି ଭର୍ସନ ଦେଖିବାକୁ ମିଳିଛି । ଏହା ଲିକ ହୋଇଥିବା ଶାହରୁଖଙ୍କ ପ୍ରଥମ ଫିଲ୍ମ ନୁହେଁ । ଏହା ପୂର୍ବରୁ ଶାହରୁଖ ଏବଂ ଦୀପିକାଙ୍କ ଫିଲ୍ମ ‘ପଠାନ’ ମଧ୍ୟ ଲିକ ହୋଇଥିଲା । କିନ୍ତୁ ଲିକ ହେବା ପରେ ମଧ୍ୟ ଏହି ଫିଲ୍ମ ଭଲ ବ୍ୟବସାୟ କରିଥିଲା ।

ଫିଲ୍ମ ରିଲିଜ ହେବାର ଗୋଟିଏ ସପ୍ତାହ ଆଗରୁ ଏହାର ଟିକେଟ ବୁକିଙ୍ଗ ଆରମ୍ଭ ହୋଇଥିଲା । ବୁକିଙ୍ଗ ପାଇଁ ହୋଇଥିବା ଭିଡକୁ ଦେଖିଲେ ଲାଗୁଛି ଲୋକମାନଙ୍କ ମଧ୍ୟରେ ଶାହରୁ୍ ଖାନଙ୍କ କ୍ରେଜ ଏବେ ବି ରହିଛି ।
ଫିଲ୍ମ ‘ଜୱାନ’ର ଅନେକ ଗୀତ ଆଗରୁ ରିଲିଜ ହୋଇସାରିଛି । ଯାହାକୁ ଲୋକମାନେ ଖୁବ ପସନ୍ଦ କରିଛନ୍ତି । ଶହାରୁଖଙ୍କ ଛଡା ଫିଲ୍ମରେ ସାଉଥ ଅଭିନେତ୍ରୀ ନେନତାର ମଧ୍ୟ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ଦୀପିକା ପାଦୁକୋନ ଅଭିନୟ କରିଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.