fbpx

ଗଣେଶ ଚତୁର୍ଥୀ ପାଇଁ ଘରକୁ କେବେ ଆଣିବେ ଗଣପତି? ଅମଙ୍ଗଳରୁ ବଞ୍ଚିବା ପାଇଁ ଧ୍ୟାନ ଦିଅନ୍ତୁ ଏହି କଥା ଉପରେ..

ଏହି ବର୍ଷ ଗଣେଶ ଚତୁର୍ଥୀ ମଙ୍ଗଳବାର,୧୯ ସେପ୍ଟେମ୍ବରରୁ ଆରମ୍ଭ ହେଉଛି। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଗଣେଶ ଚତୁର୍ଥୀ ଭାଦ୍ରବ ମାସର ଶୁକ୍ଲପକ୍ଷର ଚତୁର୍ଥ ଦିନରେ ପାଳନ କରାଯିବ। ଏହି ତିଥିରୁ ୧୦ ଦିନର ଗଣେଶ ଉତ୍ସବ ଆରମ୍ଭ ହୋଇଯାଏ, ଯାହା ଅନନ୍ତ ଚତୁର୍ଦ୍ଦଶୀ ବା ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ ତିଥିକୁ ଗଣେଶ ବିସର୍ଜନ ପର୍ଯ୍ୟନ୍ତ ଚାଲିଥାଏ । ଗଣେଶ ଚତୁର୍ଥୀରେ ଲୋକମାନେ ଗଣପତିଙ୍କୁ ଘରକୁ ଆଣନ୍ତି । ତାଙ୍କୁ ସ୍ଥାପନା କରି ପୂଜାର୍ଚ୍ଚନା କରିଥାନ୍ତି । ଗଣପତିଙ୍କ ଆଗମନରେ ଜୀବନରେ ସୁଖ ଏବଂ ସମୃଦ୍ଧି ଆସିଥାଏ । ବିଘ୍ନ-ବାଧା ଦୂର ହୋଇଥାଏ । ଆପଣଙ୍କ ମନରେ ପ୍ରଶ୍ନ ଥିବ ଯେ, ଗଣେଶ ଚତୁର୍ଥୀ ପାଇଁ ଘରକୁ ଗଣପତିଙ୍କୁ କେଉଁ ସମୟରେ ଆଣିବା ଉତ୍ତମ ହେବ । ଘରେ ଗଣେଶ ମୂର୍ତ୍ତି ଆଣିବାର ଶୁଭ ମୁହୁର୍ତ୍ତ କଣ? ଏହାରି ମଧ୍ୟରେ କେଉଁ ବିଷୟରେ ଧ୍ୟାନ ରଖିବା ଉଚିତ?

କାଶିର ଜ୍ୟୋତିଶାଚାର୍ଯ୍ୟ ଚକ୍ରପାନି ଭଟ୍ଟଙ୍କ ଅନୁଯାୟୀ, ଭାଦ୍ରବ ମାସ ଶୁକ୍ଳ ପକ୍ଷର ଚତୁର୍ଥୀ ତିଥି ସେପ୍ଟେମ୍ବର ୧୮ ରୁ ୧୨.୩୯ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୯ ରେ ୦୧.୪୩ ପର୍ଯ୍ୟନ୍ତ ରହିବ। ଉଦୟତିଥୀକୁ ଦୃଷ୍ଟିରେ ରଖି ଗଣେଶ ଚତୁର୍ଥୀ ୧୯ ସେପ୍ଟେମ୍ବରରେ ପାଳନ କରାଯିବ। ଏହି ବର୍ଷ ଗଣେଶ ଚତୁର୍ଥୀର ଦିନ ରବି ଯୋଗ ଗଠନ ହେଉଛି, ଯାହାକି ସକାଳ ୦୬:୦୮ ରୁ ୦୧:୪୮ ପର୍ଯ୍ୟନ୍ତ ଅଟେ। ଗଣେଶ ପୂଜା ପାଇଁ ଶୁଭ ସମୟ ୧୧:୦୧ ରୁ ୦୧:୨୮ ଅଟେ।

ସେପ୍ଟେମ୍ବର ୧୯ ରେ, ଆପଣ ରବି ଯୋଗରେ ଗଣେଶଙ୍କ ମୂର୍ତ୍ତି ଆଣିପାରିବେ, କାରଣ ସେହି ଦିନ ପୂଜା ମୁହୁର୍ତ୍ତ ଅପରାହ୍ନରେ। ଅବଶ୍ୟ, ଯେଉଁମାନେ ୧୮ ସେପ୍ଟେମ୍ବର ଦିନ ଗୋଟିଏ ଦିନ ପୂର୍ବରୁ ଗଣପତିଙ୍କୁ ଘରେ ଆଣିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଶୁଭ ସମୟ ନିମ୍ନରେ ଦିଆଯାଇଛି।

ଗଣପତି ବାପ୍ପାଙ୍କୁ ଘରକୁ ଆଣିବା ପାଇଁ ଅଭିଜିତ୍ ମୁହୂର୍ତ୍ତ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ସେପ୍ଟେମ୍ବର ୧୮ ରେ ଅଭିଜିତ୍ ମୁହୂର୍ତ୍ତ ୧୧:୫୧ ରୁ ୧୨:୪୦। ସେହି ଦିନ ରବି ଯୋଗ ୧୨:୦୮ ରୁ ୦୬:୦୮ ପରଦିନ।

Get real time updates directly on you device, subscribe now.