ଏସସିଓ ବୈଠକରେ ଆତଙ୍କବାଦକୁ ନେଇ ଚୀନ ଓ ପାକିସ୍ତାନକୁ ଆକ୍ରମଣ କଲେ ଜୟ ଶଙ୍କର

ନୂଆଦିଲ୍ଲୀ: ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଅଂଶ୍ରଗ୍ରହଣ କରିବାକୁ ପାକିସ୍ତାନ ଯାଇଥିବା ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ପାକିସ୍ତାନ ମାଟିରେ ପାକିସ୍ତାନ ଓ ଚୀନକୁ ଏକା ସାଙ୍ଗରେ ଟାଗଚ୍ଛେଟ କରିଛନ୍ତି । ଏଥିସହ ଆତଙ୍କବାଦକୁ ନଷ୍ଟ କରିବା ଉପରେ ଭାରତର ଆଭିମୁଖ୍ୟକୁ ଦୋହରାଇଛନ୍ତି । ବୈଠକରେ ଜୟଶଙ୍କର ଗୁରୁତ୍ୱ ଦେଇଥିବା ବିଭିନ୍ନ ବିଷୟ ଉପରେ ଆସନ୍ତୁ ଜାଣିବା ।

ବୈଠକରେ ଜୟଶଙ୍କର ନିଜ ସମ୍ବୋଧନରେ ଚୀନ ଓ ପାକିସ୍ତାନକୁ ସିଧାସିଧା ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି, ସହଯୋଗ; ପରସ୍ପର ପ୍ରତି ସମ୍ମାନ, ସଂପ୍ରଭୁ ସମାନତା ଉପରେ ପର୍ଯ୍ୟବେଶିତ ହେବା ଜରୁରୀା ଏଥିସହ ଦୁଇ ପଡୋଶୀ ଦେଶଙ୍କ ଉଦ୍ଦେଶ୍ୟରେ କହିଥିଲେ କି, ଆଜି ଆତଙ୍କବାଦ ମାନବିକତା ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ହୋଇଛି । ଏଥିସହ ସଂଗଠନ ବୈଶ୍ୱିକ ସଂସ୍ଥାଗୁଡିକ ଏକଜୁଟ ହୋଇ ପଦକ୍ଷେପ ନେବା ଜରୁରୀ । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଭାଗିଦାରିତା ବଢାଇବା ଉପରେ ଜୋର ଦେବାର ଆବଶ୍ୟକତା ରହିଛି ।

ବର୍ତ୍ତମାନ ଏସସିଓର ସଦସ୍ୟା ଦେଶଗୁଡିକୁ ତିନୋଟି ଦୁର୍ବଳତାର ଦୃଢତାର ଦସହ ମୁକାବିଲା କରିବା ଉପରେ ଜୋର ଦେଇଥିଲେ ଜୟଶଙ୍କର । ଏଥିପାଇଁ ସଚ୍ଚୋଟତାର ସହ ଆଲୋଚନା, ବିଶ୍ୱାସ, ଭଲ ପଡୋଶୀ ଓ ଏସସିଓ ଚାର୍ଟର ପ୍ରତି ପ୍ରତିବଦ୍ଧତାର ଆବଶ୍ୟକତା ଥିବା କହିଥିଲେ ବୈଦେଶିକ ମନ୍ତ୍ରୀ । ଏଥିସହ ଟୋକ୍ନୋଲୋଜିରେ ଅନେକ ଗୁଡିଏ ସମ୍ଭାବନା ରହିବା ସହ ବହୁ ଚିନ୍ତାର ସୃଷ୍ଟି କରୁଛି ।

ସେ ଋଣ ଉପରେ ମଧ୍ୟ କହିବାକୁ ଭୁଲି ନ ଥିଲେ । କହିଥିଲେ କି, ଋଣ ଗମ୍ଭୀର ଚିନ୍ତାର ବିଷୟ । ବିଶ୍ୱ ବିକାଶର ଲକ୍ଷ୍ୟ ହାସଲ କରିବାରେ ପଛରେ ରହିଛି । ବିଶ୍ୱ ବହୁ ଜଟିଳତା ଦେଇ ଗତି କରୁଥିବା ସମୟରେ ଆମେ ବୈଠକ କରୁଛୁ । ଏବେ ଦୁଇଟି ବଡ ଯୁଦ୍ଧ ଜାରି ରହିଛି, ଯାହାର ସାରା ବିଶ୍ୱ ଉପରେ ପ୍ରଭାବ ପଡିବ । ସେ ଆହୁରି କହିଥିଲେ କି, ଯେକୌଣସି ପରିସ୍ଥିତିରେ, ଆତଙ୍କବାଦର ବିନାଶ କରିବା ଜରୁରୀ । ଆତଙ୍କବାଦର ବିନାଶ ବିନା କୌଣସି ବି ଦେଶର ବିକାଶ ଅସମ୍ଭବ ।

ଏଠାରେ କହି ରଖୁଛୁ କି, ଏସସିଓ ଏକ ଆନ୍ତର୍ଜାତିକ ସଂଗଠନ । ଏହାର ଉଦ୍ଦେଶ୍ୟ ୟୁରୋପ ଓ ଏସିଆରେ ରାଜନୈତିକ, ଆର୍ଥିକ ଓ ସୈନ୍ୟ ସହଯୋଗ ବଢାଇବା । ଏହାକୁ ୨୦୦୧ରେ ଚୀନ, କାଜାକିସ୍ତାନ, କିର୍ଗିସ୍ତାନ, ରୁଷ, ତଜାକିସ୍ତାନ ଓ ଉଜବେକିସ୍ତାନର ନେତାମାନେ ସ୍ଥାପନ କରିଥିଲେ ।

 

Get real time updates directly on you device, subscribe now.