ଖୋଲିଛି ଜୟା ହୋଟେଲ, କମିଛି ଭିଡ଼…. ପୁଣି ଲୋକ ମଟନ ଖାଇବାକୁ ଆସିବେ ବୋଲି ମାଲିକଙ୍କ ଆଶା

ଜୟା ହୋଟେଲରେ ରନ୍ଧା ହେଲା ଖାସୀ ମାଂସ । କମିଛି ଭିଡ଼ ।

ଭୁବନେଶ୍ୱର: ଖୋଲିଛି ଜୟା ହୋଟେଲ । ହୋଟେଲରେ ମଟନ ଖାଇବା ପାଇଁ ପୁଣିଥରେ ଗ୍ରାହକଙ୍କ ଭିଡ଼ ଜମିବ ବୋଲି ଆଶା ରଖିଛନ୍ତି ଜୟା ହୋଟେଲ ମାଲିକ ।

କିନ୍ତୁ ଲୋକମାନେ ଏବେ ଦ୍ୱନ୍ଦ୍ୱରେ ଅଛନ୍ତି, ଜୟାରେ ମଟନ ଭାତ ଖାଇବେ ନା ନାହିଁ । ରିପୋର୍ଟ ମୁତାବକ ହୋଟେଲ ଖୋଲିବା ପରେ ପୂର୍ବ ଅପେକ୍ଷା ଲୋକଙ୍କ କମ୍ ଗହଳି ଦେଖିବାକୁ ମିଳିଛି ।

କାରଣ ଗୋମାଂସ ବିକ୍ରି କରିବା ନେଇ ଜୟା ହୋଟେଲ ନାଁରେ ଯେଉଁ ଅଭିଯୋଗ ଆସିଥିଲା ଏବଂ ଯେଉଁ ଭିଡିଓ ଭାଇରାଲ ହୋଇଥିଲା ତାହାକୁ ଦେଖିଲା ପରେ ହୁଏତ କେହି ସହଜରେ ପୁଣି ଜୟା ହୋଟେଲ ଯିବା କଥା ଚିନ୍ତା କରିବେ ନାହିଁ ।
କାରଣ ହିନ୍ଦୁମାନେ ଗୋମାଥାକୁ ପୂଜା କରୁଥିବାବେଳେ ତା’ମାଂସ ସେବନ ଜଘନ୍ୟ ପାପ ସଦୃଶ ।

ଜୟା ହୋଟେଲ ମାଲିକ ସତରେ ଖାସୀ ମାଂସ କହି ଗୋ ମାଂସ ବିକୁଥିଲେ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଯେଉଁ କାରଣରୁ ଲୋକମାନେ ଜୟା ହୋଟେଲ ନ ଯିବାର ବେଶୀ ଆଶଙ୍କା ରହିଛି ।

ଯେଉଁ ବ୍ୟକ୍ତି ଜୟା ହୋଟେଲରରେ ଗୋମାଂସ ପରସାଯାଉଥିବାର ଭିଡିଓ ଭାଇରାଲ କରିଥିଲେ; ତାଙ୍କ ସମ୍ପର୍କରେ କୌଣସି ସୂଚନା ନାହିଁ । କିନ୍ତୁ ଅନେକ ଫୁଡ୍ ବ୍ଲକଗର ଭିଡିଓ ଭାଇରାଲ କରିଥିବା ବ୍ୟକ୍ତିଙ୍କ ଉପରେ ରାଗିଯାଇଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

ଅଭିଯୋଗ ପରେ ସ୍ଥାନୀୟ ପ୍ରଶାସନ ଜୟା ହୋଟେଲରେ ତାଲାପକାଇଥିଲା । ଏହାପରେ ହୋଟେଲ ମାଲିକ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ମାମଲାରୁ ଶୁଣାଣିରେ ଅନୁମତି ମିଳିବା ପରେ ହୋଟେଲ ଖୋଲିଛି ।