Breaking:ଜୟଦେବ ବିହାରରୁ ନନ୍ଦନକାନନ ଫ୍ଲାଏଓଭର କାମ ହେବ ଆରମ୍ଭ, ଟ୍ରାଫିକ୍ ଜାମରୁ ମିଳିବ ମୁକ୍ତି

ଭୁବନେଶ୍ୱର: ଖୁବଶୀଘ୍ର ଆରମ୍ଭ ହେବ ଜୟଦେବ ବିହାର-ନନ୍ଦନକାନନ ଫ୍ଲାଏଓଭର ବ୍ରିଜ୍ । ଫ୍ଲାଏଓଭର ନିର୍ମାଣ ନେଇ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ।

ଜୟଦେବ ବିହାରଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ସଂଯୋଗ କରିବ ଏହି ଓଭରବ୍ରିଜ୍ । ମଝିରେ ମଝିରେ ବଡ଼ ଛକରେ ଏସକେପ୍ ୱେ’ ରଖାଯିବ ।

ଓଭରବ୍ରିଜରେ ଯାଉଥିବା ଲୋକଙ୍କୁ ତଳକୁ ଓହ୍ଲାଇବାରେ କୌଣସି ସମସ୍ୟା ହେବନାହିଁ । ଫ୍ଲାଏଓଭର ହେଲେ ରାସ୍ତାରେ ଆଉ ଭିଡ଼ ଜମିବ ନାହିଁ ବୋଲି କହିଲେ ମନ୍ତ୍ରୀ ।

ଯେଉଁ ରାସ୍ତା ତଳେ ଅଛି ତାହା ଚାଲିବ ଉପରେ ୪ ଲେନ୍ ବିଶିଷ୍ଟ ରାସ୍ତା କରାଯିବ ।