JEE Main 2025 Result Out: ୧୪ ଜଣ ଛାତ୍ରଛାତ୍ରୀ ରଖିଲେ ୧୦୦ ପର୍ସେଣ୍ଟାଇଲ
ଏନଟିଏ ପକ୍ଷରୁ ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ । ଆୟୁଷ ସିଘଂଲ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ ସେସନ-୧ । ଏଥିରେ ମୋଟ ୧୪ ଜଣ ୧୦୦ ପର୍ସେଣ୍ଟାଇଲ ରଖି କୃତକାର୍ଯ୍ୟ ହୋଇଛନ୍ତି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ରେଜଲ୍ଟ ଜାରି କରାଯାଇଛି ।
୧୪ ଜଣଙ୍କ ମଧ୍ୟରେ ୧୩ ଜଣ ପୁଅ ଏବଂ ଜଣେ ଝିଅ ରହିଛନ୍ତି । କହିରଖୁଛୁ କି, ୧୨.୫୮ ଲକ୍ଷ ପିଲା ଜେଇଇ ମେନ୍ ସେସନ-୧ ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରାର୍ଥୀ ଏବେ ଅଫିସିଆଲ୍ ୱେବସାଇଟ୍ ଯାଇ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ ।
ପ୍ରକାଶଯୋଗ୍ୟ ଯେ, JEE ମେନ୍ 2025 ସେସନ୍ ପରୀକ୍ଷା 30 ଜାନୁଆରୀ 2025 ରେ ଶେଷ ହୋଇଥିଲା । ପେପର 1 ପାଇଁ JEE ମେନ୍ 2025 ପରୀକ୍ଷା ଜାନୁଆରୀ 22, 23, 24, 28 ଏବଂ 29, 2025 ରେ ଅନୁଷ୍ଠିତ ହୋଇଥିଲା, । ସେହିପରି ପେପର 2 ଜାନୁଆରୀ 30, 2025 ରେ ଅନୁଷ୍ଠିତ ହୋଇଥିଲା ।
JEE ମେନ୍ 2025 ସେସନ୍ ପରୀକ୍ଷା CBT ମୋଡ୍ରେ ଆସାମିଆ, ବଙ୍ଗଳା, ଇଂରାଜୀ, ଗୁଜରାଟୀ, ହିନ୍ଦୀ, କନ୍ନଡ, ମାଲାୟଲମ, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ, ତେଲୁଗୁ ଏବଂ ଉର୍ଦ୍ଦୁ ସମେତ 13ଟି ଭାଷାରେ ଅନୁଷ୍ଠିତ ହୋଇଥିଲା।
ସରକାରୀ ତଥ୍ୟ ଅନୁଯାୟୀ, ପେପର 1 ପରୀକ୍ଷା ପାଇଁ 13 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିଲେ, ଯେଉଁଥିରୁ 12,58,136 ଜଣ ପରୀକ୍ଷା ଦେଇଥିଲେ । ଇଚ୍ଛୁକ ପ୍ରାର୍ଥୀମାନେ jeemain.nta.nic.in ଓ୍ବେବସାଇଟକୁ ଯାଇ ଫଳାଫଳ ଚେକ୍ କରିପାରିବେ ।