fbpx

ଆଜି ପ୍ରକାଶ ପାଇବ ଜେଇଇ ମେନ୍ ପରୀକ୍ଷା ଫଳ

ଭୁବନେଶ୍ୱର, ୮ା୩ (ଓଡିଶା ଭାସ୍କର): ଆଜି ପ୍ରକାଶ ପାଇବ ଜେଇଇ ମେନ୍ ପରୀକ୍ଷା ଫଳ । ଗତ ଫେବୃଆରୀ ମାସ ୨୩ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସମଗ୍ର ଦେଶରୁ ୬ ଲକ୍ଷ ୬୧ ହଜାର ୭୭୬ ଜଣ ପିଲା ମେନ୍ ପରୀକ୍ଷା ଦେଇଥିଲେ । ପରୀକ୍ଷା ଫଳ jeemain.nta.nic.in ଓ nta.ac.in ୱେବସାଇଟରେ ଉପଲବ୍ଧ ହେବ ।

ସୂଚନାଯୋଗ୍ୟ ଯେ, ଅନଲାଇନରେ ରାଜ୍ୟର ୪୦ ହଜାର ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ଦେଇଥିଲେ । କେବଳ ଫେବୃଆରୀ ମାସରେ ୬.୬୨ ଲକ୍ଷ ପିଲା ପରୀକ୍ଷା ଦେଇଥିବା ବେଳେ ୪ଟି ପର୍ଯ୍ୟାୟରେ ସମଗ୍ର ଦେଶରୁ ୨୨ ଲକ୍ଷ ପରୀକ୍ଷା ଦେଇଥିଲେ । କୋଭିଡ୍ ସଂକ୍ରମଣରୁ ଦୃଷ୍ଟିରେ ରଖି ୨ଟି ସିଟିଂରେ ପରୀକ୍ଷା କରାଇବାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ପ୍ରଥମ ସିଟିଂ ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ଓ ଦ୍ୱିତୀୟ ସିଟିଂ ଅପରାହ୍ଣ ୩ଟାରୁ ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

Get real time updates directly on you device, subscribe now.