fbpx

ଏହି ଦେଶରେ ରହିଛି ଟଙ୍କା ଗଛ, ଆସନ୍ତୁ ଜାଣିବା ସେ ବିଷୟରେ

ଗଛ ଆପଣମାନେ ତ ସମସ୍ତେ ଦେଖିଥିବେ, ମାତ୍ର କେବେ କେଉଁଠି ଟଙ୍କା ଗଛ ଦେଖିଛନ୍ତି କି ? କଥାଟି ଅଜବା ଲାଗୁଥିଲେ ବି ଏଥିରେ ସତ୍ୟତା ଅଛି । ବ୍ରିଟେନରେ ଏହିପରି ଏକ ଟଙ୍କା ଗଛ ରହିଛି, ଯେଉଁଠାରେ ଗଛଟିକୁ ଟଙ୍କାରେ ସଜ୍ଜିତ କରାଯାଇଛି । ୧୭୦୦ ବର୍ଷର ପୁରୁଣା ଏହି ଗଛରେ ଯଦିଓ ପଇସା ବୃଦ୍ଧି ହୋଇନାହିଁ, ତଥାପି ଗଛରେ ପଇସାଗୁଡ଼ିକ ପୂର୍ବପରି ଆଚ୍ଛାଦିତ ହୋଇ ରହିଛି । ବିଶେଷ କଥା ହେଉଛି, ଏହି ଗଛରେ କେବଳ ବ୍ରିଟେନ ନୁହେଁ, ବିଭିନ୍ନ ଦେଶର ମୁଦ୍ରା ଖଚିତ ହୋଇ ରହିଛି ।

ୱେଲ୍ସର ପୋର୍ଟମୋରିୟମ ଗ୍ରାମରେ ଅବସ୍ଥିତ ଥିବା ଏହି ଗଛ ଏକ ପର୍ଯ୍ୟଟନ ସ୍ଥଳରେ ପରିଣତ ହୋଇସାରିଛି, ଏଠାରେ ଲୋକମାନେ ମୁଦ୍ରା ଲଗାଇଥାନ୍ତି । ଏଠାରେ ମୁଦ୍ରା ଲଗାଇବାକୁ ନେଇ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ଧାରଣା ରହିଛି । ଏହି ଗଛରେ ମୁଦ୍ରା ଲଗାଇଲେ ଇଚ୍ଛା ପୂରଣ ହେବା ସହ ସୁଖ ସମୃଦ୍ଧି ହୋଇଥାଏ ବୋଲି ଲୋକେ ବିଶ୍ୱାସ କରନ୍ତି । ଏହି ଗଛରେ ଏକ ଅଦୃଶ୍ୟ ଶକ୍ତି ରହିଛି । ଖ୍ରୀଷ୍ଟମାସରେ ଏଠାରେ ଲୋକମାନେ ମିଠା, ଗିଫ୍ଟ ରଖିଥାନ୍ତି । ପ୍ରେମ ସମ୍ପର୍କକୁ ଯୋଡ଼ିବା ପାଇଁ ମଧ୍ୟ ଅନେକ ଏଠାରେ ମୁଦ୍ରା ଲଗାଇଥାନ୍ତି ।

Get real time updates directly on you device, subscribe now.