fbpx

ଚାଲାଣ ବେଳେ ଶତାଧିକ ଗୋରୁ ଉଦ୍ଧାର: ୨ ଅଟକ

ଭଦ୍ରକ, ୮ା୩ (ଓଡିଶା ଭାସ୍କର): ଭଦ୍ରକରୁ କୋଲକାତା ଚାଲାଣ ହେଉଥିବା ସମୟରେ ଶତାଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଛି । ୧୬ ନମ୍ବର ଜାତୀୟ ରାଜପଥର ଶେରଗଡ଼ ଟୋଲଗେଟ୍ ନିକଟରୁ ଖନ୍ତାପଡ଼ା ପୋଲିସ ଗୋରୁଙ୍କୁ ଉଦ୍ଧାର କରିଛି । ୨ଟି କଣ୍ଟେନରରୁ ଶହେରୁ ଅଧିକ ଗୋରୁ ଉଦ୍ଧାର ହୋଇଛନ୍ତି । ଏହି ଘଟଣାରେ ଖନ୍ତାପଡ଼ା ପୋଲିସ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.