fbpx

ସ୍ଥଗିତ ହେଲା JEE Main Session-2 ପରୀକ୍ଷା, ନୋଟିସ୍ ଜାରି କଲା NTA, ଜାଣନ୍ତୁ କେବେ ହେବ ପରୀକ୍ଷା

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଯୁଗ୍ମ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା (ଜେଇଇ ମେନ) ସେସନ-୨କୁ ସ୍ଥଗିତ କରାଯାଇଛି । ପରୀକ୍ଷା ତାରିଖ ପରିବର୍ତ୍ତନ ନେଇ ଏନଟିଏ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି । ଆସନ୍ତା ୨୧ ତାରିଖରେ ଜେଇଇ ମେନ୍ ସେସନ-୨ ପରୀକ୍ଷା ହେବାର ଥିଲା । ମାତ୍ର ଏବେ ତାହା ପରିବର୍ତ୍ତନ ହୋଇ ଆସନ୍ତା ୨୫ ତାରିଖରେ ଆୟୋଜିତ ହେବ ।

ସାରା ଦେଶରେ ପାଖାପାଖି ୫୦୦ଟି ସହରରେ ଓ ବିଦେଶରେ ୧୭ଟି ସହରରେ ପରୀକ୍ଷା ଆୟୋଜିତ ହେବ । ମୋଟ ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଜେଇ ମେନ୍ ସେସନ-୨ ପରୀକ୍ଷାରେ ସାମିଲ ହେବେ । ପ୍ରାର୍ଥୀମାନେ ନିଜର ଆପିଲିକେସନ ନମ୍ବର ଓ ଜନ୍ମ ତାରିଖ ଉପଯୋଗ କରି ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

ଜେଇଇ ମେନ୍ ୨୦୨୨ ସେସନ-୨ ପରୀକ୍ଷା ପେପର-୧ (ବିଇ/ ବିଟେକ), ପେପର-୨ (ବିଆର୍କ/ ବିପ୍ଲାନିଂ) ଦୁଇ କ୍ଷେତ୍ରର ପ୍ରାର୍ଥୀମାନେ ଉପସ୍ଥିତ ରହିବେ । ପେପର-୧ର ସେସନ-୧ର ଫଳାଫଳ ଘୋଷଣା କରାଯାଇ ସାରିଛି । ମାତ୍ର ସେସନ-୨ର ଫଳାଫଳ ସମ୍ବନ୍ଧିତ କିଛି ଅପଡେଟ୍ ଆସିନାହିଁ । ନୂଆ ସର୍କୁଲାର ଅନୁଯାୟୀ, ଏବେ ପରୀକ୍ଷା ୨୫ରେ ଆରମ୍ଭ ହୋଇ ୩୦ରେ ସମାପ୍ତ ହେବ ।

Get real time updates directly on you device, subscribe now.