fbpx
BSKY SKY
BSKY SKY

ପୁଣି କମିଲା ସୁନା ଦର: ମାସକ ମଧ୍ୟରେ ସବୁଠୁ ଶସ୍ତା ହେଲା ଗୋଲ୍ଡ, ଜାଣନ୍ତୁ ନୂଆ ରେଟ୍

BSKY

ନୂଆଦିଲ୍ଲୀ: ଗ୍ଲୋବାଲ ମାର୍କେଟର ଅସ୍ଥିରତା ଯୋଗୁଁ ଭାରତୀୟ ବଜାରରେ ମଧ୍ୟ ସୁନା-ରୂପା ଦରରେ ହ୍ରାସ ପରିବର୍ତ୍ତନ ଦେଖାଦେଇଛି । ବୁଧବାର ସୁନା ଏବଂ ରୂପାର ମୂଲ୍ୟରେ ସାମାନ୍ୟ ବୃଦ୍ଧି ପରେ ମଧ୍ୟ ସୁନାର ଦର ଏବେ ଖୁବ ଶସ୍ତା ରହିଛି । ସାରା ମାସରେ ରହିଥିବା ଦାମ ଅପେକ୍ଷା ଏହା ସବୁଠୁ ଶସ୍ତା ବୋଲି ରେକର୍ଡ ହୋଇଛି ।

ମଲ୍ଟିକମୋଡିଟି ଏକ୍ସଚେଞ୍ଜ(MCX)ରେ ୧୦ ଗ୍ରାମ ୨୪ କ୍ୟାରେଟ ଶୁଦ୍ଧ ସୁନାର ମୂଲ୍ୟ ବୃଦ୍ଧି ପାଇ ୫୦,୩୫୯ରେ ପହଞ୍ଚିଛି । ତଥାପି ଏହା ଗତ ମାସରେ ଥିବା ସୁନାର ଦାମ ଅପେକ୍ଷା ସବୁଠୁ ଶସ୍ତା ରହିଛି । ଏହାପୂର୍ବରୁ ଆଜି ସକାଳୁ ସୁନା ୫୦,୨୭୫ ଟଙ୍କାରେ ବେପାର ଆରମ୍ଭ ହୋଇଥିଲା । କିନ୍ତୁ ଚାହିଦା ବୃଦ୍ଧି ହେବାରୁ କିଛି ସମୟ ପରେ ଏହା ୫୦,୩୫୦କୁ ବୃଦ୍ଧି ପାଇଛି । ପୂର୍ବ ମୂଲ୍ୟ ଅପେକ୍ଷା ୦.୮୦ ପ୍ରତିଶତ ଚଢା ରେଟରେ ବିକ୍ରି ହେଉଛି ସୁନା ।

ସୁନା ବ୍ୟତୀତ ଆଜି ରୂପା ମୂଲ୍ୟରେ ମଧ୍ୟ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଛି । ରୂପାର ମାର୍କେଟ ମୂଲ୍ୟ ୯୦ ଟଙ୍କା ବୃଦ୍ଧି ପାଇ ୫୫,୮୧୭ଟଙ୍କାରେ ପହଞ୍ଚିଛି । ଏହାପୂର୍ବରୁ ଏହାର ମୂଲ୍ୟ ୫୫,୮୪୯ ଟଙ୍କା ରହିଥିବା ବେଳେ ଖୁବଶୀଘ୍ର ଏଥିରେ ହ୍ରାସ ଦେଖାଯାଇଥିଲା । ତେବେ ରୂପା ନିଜର ପୂର୍ବ ଦାମ ଅପେକ୍ଷା ୦.୧୬ ପ୍ରତିଶତ ବୃଦ୍ଧି ସହିତ ଟ୍ରେଡିଙ୍ଗ ରହିଛି ।

Get real time updates directly on you device, subscribe now.