fbpx
BSKY SKY
BSKY SKY

ଆଉ ଥରେ ହେବ ନିଟ ପରୀକ୍ଷା: ବିଶୃଙ୍ଖଳା ପରେ ଦିଲ୍ଲୀରୁ ଆସିଲା ନିଷ୍ପତ୍ତି, ଜାଣନ୍ତୁ କେଉଁମାନେ ଦେବେ Exam?

BSKY

ନୂଆଦିଲ୍ଲୀ: ନିଟ ପରୀକ୍ଷାରେ ବିରାଟ ବିଶୃଙ୍ଖଳା ପରେ ଏହା ଉପରେ ନିଆଯାଇଛି ଆଉ ଏକ ନୂଆ ନିଷ୍ପତ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡବୀୟ ଏ ନେଇ ନିଷ୍ପତ୍ତି ଶୁଣାଇଛନ୍ତି । ବିଶୃଙ୍ଖଳା ହୋଇଥିବା ଏକ ସ୍କୁଲରେ ଆଉ ଥରେ ପରୀକ୍ଷା କରାଇବାକୁ ସହମତି ପ୍ରଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ ଶ୍ରୀଗଙ୍ଗାନଗର ସାଂସଦ ନିହାଲଚନ୍ଦ ମେଘୱାଲଙ୍କ ନିବେଦନକ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି ମନସୁଖ ମାଣ୍ଡବୀୟ ।

ସୂଚନା ଅନୁସାରେ, ଗତ ୧୭ ତାରିଖରେ ରାଜସ୍ଥାନର ସାଧୁବାଳୀ ଛାୱନୀର ଆର୍ମି ପବ୍ଲିକ ସ୍କୁଲରେ ନିଟ ପରୀକ୍ଷାରେ ବିରାଟ ବିଶୃଙ୍ଖଳା ହୋଇଥିଲା । ତେବେ ଏହି ମାମଲାକୁ ନେଇ ଶ୍ରୀଗଙ୍ଗାନଗର ସାଂସଦ ନିାହଲଚନ୍ଦ ମେଘୱାଲ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କ ପାକରେ ପହଞ୍ଚି ସମସ୍ତ ଘଟଣା ବଖାଣିଥିଲେ । ଏହାପରେ କେନ୍ଦ୍ରମନ୍ତ୍ରୀ ଉକ୍ତ ସ୍କୁଲର ୯୩୬ ପରୀକ୍ଷାର୍ଥୀଙ୍କ ପାଇଁ ଆଉ ଥରେ ପରୀକ୍ଷା କରାଇବାକୁ ନିଷ୍ପତି ନେଇଛନ୍ତି । ଏହାପରେ ଖୁବଶୀଘ୍ର ନେସନାଲ ଟେଷ୍ଟିଙ୍ଗ ଏଜେନ୍ସ ଦ୍ୱାରା ଏହି ୯୩୬ ପରୀକ୍ଷାର୍ଥୀଙ୍କ ପରୀକ୍ଷା ତାରିଖ ଘୋଷଣା କରି ଦିଆଯିବ ।

ଏହି ସ୍କୁଲରେ ପରୀକ୍ଷାରେ ଇଂରାଜୀ ମାଧମ ପରୀକ୍ଷାର୍ଥୀଙ୍କୁ ହିନ୍ଦୀ ତ ହିନ୍ଦୀ ମାଧ୍ୟମ ପରୀକ୍ଷାର୍ଥୀଙ୍କୁ ଇଂରାଜୀ ପ୍ରଶ୍ନପତ୍ର ଦିଆଯାଇଥିଲା । ସେହିପରି ୮୦ ପ୍ରତିଶତ ପରୀକ୍ଷାର୍ଥୀଙ୍କୁ ବିନା ବାୟୋମେଟ୍ରିକ ଅପଡେଟ କରି ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ଅନୁମତି ଦିାଆଯାଇଥିଲା । ପରୀକ୍ଷାର୍ଥୀମାନେ ଏହାକୁ ନେଇ ଆପତ୍ତି କରିବା ପରେ ପ୍ରଶ୍ନପତ୍ର ପରିବର୍ତ୍ତନ କରିଥିଲେ କର୍ତ୍ତୃପକ୍ଷ । ତେବେ ସେତେବେଳକୁ ଅନ୍ୟ ପରୀକ୍ଷାର୍ଥୀମାନେ ନିଜ ରୋଲ ନମ୍ବର ଏବଂ ଉତ୍ତର ଓଏମଆର ସିଟରେ ଲେଖି ସାରିଥିଲେ ।

ଏଭଳି ବିଭିନ୍ନ ସମସ୍ୟା ଯୋଗୁଁ ପରୀକ୍ଷା ସଠିକ ଭାବରେ ସମ୍ପନ୍ନ ହୋଇ ପାରିନଥିଲା । ଯାହାକୁ ନେଇ ପରୀକ୍ଷାର୍ଥୀ ଏବଂ ଅଭିଭାବକମାନେ ହଙ୍ଗାମା କରିଥିଲେ । ତେବେ ଏସମସ୍ତ ଘଟଣା ଜାଣିବା ପରେ କେନ୍ଦ୍ରମନ୍ତ୍ରୀ ଏହି ପରୀକ୍ଷାକୁ ଆଉଥରେ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.