fbpx

ଦ୍ରୌପଦୀଙ୍କୁ ନୁହେଁ ଯଶୱନ୍ତଙ୍କୁ ଭୋଟ ଦେଇଛନ୍ତି BJPର ଦୁଇ ବିଧାୟକ: ମୋହନ ମାଝିଙ୍କୁ ତାରାଙ୍କ ତେରଛା ବାଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଷ୍ଟ୍ରପତି ନିର୍ବାଚନ ପାଇଁ ସରିଛି ମତଦାନ ପ୍ରକ୍ରିୟା । ଆସନ୍ତାକାଲି ପ୍ରକାଶ ପାଇବ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ । ତେବେ ଏନେଇ ସାରା ଦେଶ ଉତ୍ସୁକତାର ସହ ଚାହିଁ ରହିଥିବା ବେଳେ ରାଜ୍ୟର ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଯାଇଛି ବଳ କଷାକଷି । ଆସନ୍ତାକାଲି ରେଜଲ୍ଟ ପ୍ରକାଶ ପାଇବା ପରେ କ୍ରସ୍ ଭୋଟିଂ ହୋଇଛି କି ନାହିଁ ସ୍ପଷ୍ଟ ଚିତ୍ର ଆସିଯିବ ।

ରାଷ୍ଟ୍ରପତି ନିର୍ବାଚନର ବିରୋଧୀ ମହାମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବା ଲାଗି କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟର ବିଧାୟକମାନଙ୍କୁ ଅବଗତ କରାଇଥିଲା । ମାତ୍ର ଏହାକୁ ମାନି ନଥିଲେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ । ସେ ରାଷ୍ଟ୍ରପତି ନିର୍ବାଚନରେ ପାର୍ଟି ନୁହେଁ ବରଂ ମାଟିକୁ ପସନ୍ଦ କରିଥିଲେ । ଯଶୱନ୍ତଙ୍କ ବଦଳରେ ସେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବା କହିଥିଲେ । ତେବେ କେବଳ ମୋକିମ ନୁହନ୍ତି, କଂଗ୍ରେସର ଆଉ ଜଣେ ବିଧାୟକ ଦ୍ରୌପଦୀଙ୍କୁ ଭୋଟ ଦେଇଥିବା କହିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଭୋଟ ଗଣତି ପରେ ସେ ଏହାର ଖୁଲାସା କରିବେ ବୋଲି ମୋହନ କରିଥିଲେ ।

ତେବେ ବିଜେପି ବିଧାୟକ ମୋହନଙ୍କୁ ତେରଛା ବାଣ ମାରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନପତି । ତାରା କହିଛନ୍ତି, ରାଜ୍ୟ ବିଜେପିର ଦୁଇଜଣ ବିଧାୟକ ବିରୋଧୀ ମହାମେଣ୍ଟ ପ୍ରାର୍ଥୀ ଯଶୱନ୍ତଙ୍କୁ ଭୋଟ ଦେଇଛନ୍ତି । କଂଗ୍ରେସରେ କିଏ କାହାକୁ ଭୋଟ ଦେଇଛି ଆମେ ଖୋଲାଖୋଲି ଭାବେ କହୁଛୁ । ମାତ୍ର ବିଜେପି ବିଧାୟକମାନେ କାହିଁକି ଏପରି ଲୁଚାଛପା କାମ କରୁଛନ୍ତି । ଭୋଟ ଗଣତି ପରେ ଉକ୍ତ ଦୁଇ ବିଧାୟକଙ୍କ ନାମ ଆମେ ପ୍ରକାଶ କରିବୁ । ଏଠାରେ କହିବା କଥା ହେଲା, ଯଦି ରାଜ୍ୟ ବିଜେପିର ଯଦି କିଛି ବିଧାୟକ କ୍ରସ ଭୋଟିଂ କରିଥାନ୍ତି, ତାହା ରାଜନୈତିକ ମହଲରେ ନିଶ୍ଚିତ ଭାବେ ଏକ ବଡ଼ ହଙ୍ଗାମା ସୃଷ୍ଟି କରିବ, ଏଥିରେ ଦ୍ୱିମତ ନାହିଁ ।

Get real time updates directly on you device, subscribe now.