fbpx

ଗଙ୍ଗା ନଦୀକୁ ଜିପ୍ ଓଲଟିବା ଫଳରେ ୯ ଜଣଙ୍କର ମୃତ୍ୟୁ

ବିହାର ୨୩ ।୪ (ଓଡିଶା ଭାସ୍କର) : ଭାରସାମ୍ୟ ହରାଇ ଗଙ୍ଗା ନଦୀକୁ ଓଲଟି ପଡିଲା ଜିପ୍ । ଏଥିରେ ୯ ଜଣ ମୃତ୍ୟୁ ବରଣ କରିଥିବା ବାକି ଲୋକଙ୍କର ପତ୍ତା ମିଳୁନଥିବା ସୂଚନା ରହିଛି । ବିହାର ରାଜଧାନୀ ପାଟନାରେ ଥିବା ପିପା ପୋଲ ଉପରୁ ଗାଡିଟି ୨୫ରୁ ଅଧିକ ଯାତ୍ରୀ ନେଉ ଯାଉଥିବା ବେଳେ ଭାରସାମ୍ୟ ହରାଇ ଗଙ୍ଗାନଦୀକୁ ଓଲଟି ପଡିଥିଲା । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖି ଥିବାବେଳେ ପୋଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ଜିପିରେ ଥିବା ଲୋକମାନେ ଏକ ତିଲକ କାର୍ଯ୍ୟକ୍ରମ ସାରି ଫେରୁଥିଲେ ।

ସେପଟେ ପୋଲ ତିଆରି କରିଥିବା ନିର୍ମାଣ କରୀର ଭୁଲ ସାମ୍ନାକୁ ଆସିଛି । ଦେଖିବାକୁ ଗଲେ ପିପା ପୋଲଟି ଭୁଲ୍ ଭାବେ ତିଆରି ହୋଇ ଥିବାରୁ ଏଭଳି ଦୁର୍ଘଟଣା ହୋଇଛି । ଏବେଯାଏ ପ୍ରଶାସନ ପିପା ପୋଲର ଭୁଲକ ନିର୍ମାଣ ଯୋଗୁ ହୋଇଥିବା ଦୁର୍ଘଟଣାକୁ ମାନି ନାହାନ୍ତି । ତେବେ ଏହି ଘଟଣା ପାଇଁ ବିହାର ସରକାର ମୃତକଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି । ଏହାସହ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ଲାଗି ୩ ଜଣ ସଦସ୍ୟ ଏକ କମିଟି ଗଠନ କରଛନ୍ତି ।

Get real time updates directly on you device, subscribe now.