ପ୍ରକୃତିର ବିଚିତ୍ର ବରଦାନ! ଏକ ସାମୁଦ୍ରିକ ଜୀବ, ଯାହାର କେବେ ବି ମୃତ୍ୟୁ ହୁଏ ନାହିଁ, ଶରୀରକୁ ଦୁଇ ଖଣ୍ଡ କରିଦେଲେ ବି ଜୀବିତ ହୋଇଯିବ

ନୂଆଦିଲ୍ଲୀ: ଈଶ୍ୱର ସୃଷ୍ଟିରେ କୋଟି କୋଟି ଜୀବଜନ୍ତୁ ଏଇ ଧରିତ୍ରୀ ବକ୍ଷରେ ବସବାସ କରୁଛନ୍ତି । ତେବେ ମଣିଷ ସମତେ ଅନ୍ୟ ଜୀବ ଯେଉଁମାନେ ଥରେ ଏଇ ପୃଥିବୀରେ ଜନ୍ମ ନିଅନ୍ତି ସେମାନେ ଦିନେ ନା ଦିନେ ପରଲୋକ ଗମନ କରିଥାନ୍ତି । ଏପରିକି ସ୍ୱୟଂ ଭଗବାନ ମଧ୍ୟ ନରରୂପ ଅବତାରଣ ଗ୍ରହଣ କରି ସ୍ୱର୍ଗବାଦୀ ହୋଇଥିବା ପୁରାଣରେ କୁହାଯାଇଥାଏ । ତେବେ ଆପଣମାନେ ଜାଣନ୍ତି କି ପୃଥିବୀ ପୃଷ୍ଠରେ ଏପରି ଏକ ଜୀବ ରହୁଛି ଯାହାର କିଛି ମୃତ୍ୟୁ କେବେ ହୁଏ ନାହିଁ । ଏହାର ଈଶ୍ୱରଙ୍କ ବରଦାନ ବୋଲି କୁହାଯାଇଥାଏ ।

ଜେଲିଫିସ ଏପରି ଏକ ସାମୁଦ୍ରିକ ଜୀବ, ଯିଏ କି କେବେ ମୃତ୍ୟୁବରଣ କରେ ନାହିଁ । ଏହି ଜୀବ ପ୍ରତି ଈଶ୍ୱରଙ୍କର ବରଦାନ ରହିଛି । ଏ ଦୁନିଆରେ ଥରେ ଜନ୍ମନେଲେ ମୃତ୍ୟୁ ଅବଶ୍ୟମ୍ଭାବୀ ବୋଲି କୁହାଯାଇଥାଏ । ମାତ୍ର ଜେଲିଫିସ ଧରିତ୍ରୀ ବକ୍ଷରେ ରହିଥିବା ଏକମାତ୍ର ଜୀବ ଯାହାର କି ମୃତ୍ୟୁ କେବେ ହୁଏ ନାହିଁ । ଏହି ଜୀବ ସମୁଦ୍ରର ଗଭୀର ଜଳ ମଧ୍ୟରେ ଅବସ୍ଥାନ କରିଥାଏ । ନିଜର ବିଚିତ୍ର ଆକର୍ଷଣୀୟ ସୌନ୍ଦର୍ଯ୍ୟ ପାଇଁ ଏହି ଜୀବ ବେଶ୍ ପରିଚିତ ଥାଏ । ଏହି ଜୀବକୁ ଦୁଇ ଖଣ୍ଡ କରିଦେଲେ ବି ଏହି ଜୀବ ଜୀବିତ ରହିଥାଏ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ସେହିପରି ତାପମାତ୍ରା ଅନୁସାରେ ଜେଲିଫିସ ବୟସ୍କରୁ ଶିଶୁ ରୂପ ଧାରଣ କରିଥାଏ ଓ ତା’ପରେ ପୁଣି ବୟସ୍କ ହୋଇଯାଇଥାଏ । ଏହି ପ୍ରକ୍ରିୟା ଜାରି ରହିଥାଏ । ସେଥିପାଇଁ ଏହି ଜୀବ କେବେ ମରେ ନାହିଁ । ତେବେ ଜେଲିଫିସର କିଛି ପ୍ରଜାତି ଏତେ ବିଷାକ୍ତ ହୋଇଥାନତ୍ି ଯେ ତା’ର ଏକ ଡକ ବାଜିବା ଫଳରେ ମଣିଷର ମୃତ୍ୟୁ ଘଟିଥାଏ । ଅନେକ ସମୟରେ ଜେଲିଫିସ ସମୁଦ୍ର କୂଳକୁ ଚାଲିଆସିଥାଏ ।

Get real time updates directly on you device, subscribe now.