fbpx

ପୃଥିବୀପୃଷ୍ଠରୁ ଦୂରେଇ ଯାଉଛି “ଜହ୍ନ ମାମୁ’ ! ବୈଜ୍ଞାନିକ ରିସର୍ଚ୍ଚରୁ ପ୍ରକାଶ

ନୂଆଦିଲ୍ଲୀ : ଛୋଟ ପିଲାମାନଙ୍କୁ ଜହ୍ନ ମାମୁ ଲୋରି ଶୁଣାଯାଏ । ଅନେକ କବିତା ଓ ଗଳ୍ପ ମଧ୍ୟ ଶୁଣାଯାଏ । କିନ୍ତୁ ଏବେ ଶୁଣିବାକୁ ମିଳୁଛିଯେ ଜହ୍ନମାମୁ କୁଆଡେ ଆମ ଠାରୁ ଦୂରେଇ ଯାଉଛନ୍ତି ।
ସେହିପରି ବଡମାନେ ଚନ୍ଦ୍ର ସହ ନିଜ ପ୍ରେମିକାକୁ ତୁଳନା କରିଥାନ୍ତି । ଜହ୍ନକୁ ନେଇ ଅନେକ ଆଲବମ୍ ଗୀତ ମଧ୍ୟ ତିଆରି ହୋଇଛି । ଏହା ସହ ଜହ୍ନ ଆମକୁ ଶୀତିଳତା ମଧ୍ୟ ପ୍ରଦାନ କରିଥାଏ । ଥରେ ଭାବନ୍ତୁ ତ, ଯଦି ଆମ ଜୀବନରେ ଜହ୍ନ ଭୂମିକା ,ଥେ ଅଧିକ ଏବଂ ଏତେ ଗୁରୁତ୍ୱପୂର୍ଣ୍ଣ ଯଦି ଜହ୍ନ ଦୂରେଇ ଯିବ ତେବେ କ’ଣ ହେବ ।

ବୈଜ୍ଞାନିକ ରିସର୍ଚ୍ଚରୁ ଚନ୍ଦ୍ର ସହ ଜଡିତ ଏକ ଅଦ୍ଭୁତ ଖବର ପ୍ରକାଶ ପାଇଛି । ପୃଥିବୀଠାରୁ ଚନ୍ଦ୍ର ଦୂରେଇ ଯାଉଛି । ଏହି ବିଷୟରେ ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଛି।

ଏକ ୱେବସାଇଟ୍ ରିପୋର୍ଟ ଅନୁଯାୟୀ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ପ୍ରତିବର୍ଷ ଚନ୍ଦ୍ର ପୃଥିବୀଠାରୁ ଦୂରେଇ ଯାଉଛି। ଚନ୍ଦ୍ର ପ୍ରତିବର୍ଷ ପ୍ରାୟ ୩.୮ ସେମି ପୃଥିବୀଠାରୁ ଦୂରେଇ ଯାଉଛି । ଏହି ପରିବର୍ତ୍ତନ ଏତେ ଦ୍ରୁତ ଗତିରେ ନୁହେଁ, ବହୁତ ଧୀର । କିନ୍ତୁ ରିପୋର୍ଟ ଅନୁଯାୟୀ ଯଦି ଏହି ଘଟଣା ସତ ହୁଏ ତେବେ ଚନ୍ଦ୍ର ପୃଷ୍ଠରେ ଘର କରିବା ଲୋକଙ୍କ ସ୍ପପ୍ନ ଧୂଳିସାତ୍ ହୋଇଯିବ ।
ଚନ୍ଦ୍ର ପୃଷ୍ଠରେ ବସବାସ କରିବାକୁ ଦୀର୍ଘ ସମୟ ଧରି ବୈଜ୍ଞାନିକମାନେ ରିସର୍ଚ୍ଚ ଚଳାଇଛନ୍ତି । ଏକ ନିର୍ଦ୍ଧିଷ୍ଟ ୱେବ୍ ସାଇଡ୍ ମାଧ୍ୟମରେ ଚନ୍ଦ୍ର ପୃଷ୍ଠରେ ଜାଗା କିଣିବା ନେଇ କିଛି ଦିନ ପୂର୍ବେ ଲୋକେ ଦାବି କରିଥିଲେ । କିନ୍ତୁ ଯଦି ସତରେ ଚନ୍ଦ୍ର ପୃଥିବୀ ପୃଷ୍ଠରୁ ଦୂରେଇ ଯାଉଛି ତାହେଲେ ସେଠାକୁ ଫେରିବା ଲୋକଙ୍କ ପାଇଁ କଷ୍ଟସାଧ୍ୟ ହୋଇଯିବ ।

କିନ୍ତୁ ନାସା ପାଇର୍ ଏହି ରିପୋର୍ଟ କିଛି ନୂଆ ନୁହେଁ। ଏହା ପୁରୁଣା ତଥ୍ୟ ବୋଲି ନାସା କହିଛି । ବହୁ ବର୍ଷ ଧରି ଚନ୍ଦ୍ର ପୃଥିବୀଠାରୁ ଦୂରେଇ ଯାଉଛି ବୋଲି ନାସାର ବୈଜ୍ଞାନିକ କହିଛନ୍ତି ।
୧୯୬୯ ମସିହାରୁ ଏହା ଆପୋଲୋ ମିଶନ ସମୟରେ ଚନ୍ଦ୍ର ଉପରେ ପ୍ରତିଫଳିତ ପ୍ୟାନେଲ ସ୍ଥାପନ କରାଯାଇଥିଲା । ସେହି ପ୍ୟାନେଲ ମାଧ୍ୟମରେ ଜଣାପଡିଥିଲା ଯେ ଚନ୍ଦ୍ର ଏବଂ ପୃଥିବୀ ମଧ୍ୟରେ ଦୂରତା ବୃଦ୍ଧି ହେଉଛି ।

ପୃଥିବୀ ପରିବର୍ତ୍ତନ ଯୋଗୁଁ ଏଭଳି ହେଉଛି ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଏଥିଯୋଗୁଁ ପୃଥିବୀ ପୃଷ୍ଠରେ ପଡୁଥିବା ସୂର୍ଯ୍ୟ କିରଣ ମଧ୍ୟ ପ୍ରଭାବିତ ହେଉଛି । ବୈଜ୍ଞାନିକମାନେ ଯେତେବେଳେ ପୃଥିବୀର କକ୍ଷପଥରେ ପାର୍ଥକ୍ୟ, ସୂର‌୍ୟ୍ୟ ଏବଂ ଚନ୍ଦ୍ରଠାରୁ ଦୂରତା ଜାଣିଲେ, ସେମାନେ ଅନୁମାନ କଲେ ଯେ ପ୍ରାୟ ୨ ଟ୍ରିଲିୟନ ବର୍ଷ ପୂର୍ବେ ଚନ୍ଦ୍ର ପୃଥିବୀଠାରୁ ୬୦ ହଜାର କିଲୋମିଟର ଦୂରରେ ଥିଲା, କିନ୍ତୁ ସମୟ ଏହି ଦୂରତା ଅଧିକରୁ ଅଧିକ ବଢିଚାଲିଲା । ପୃଥିବୀର କକ୍ଷପଥରେ ପରିବର୍ତ୍ତନ ହେତୁ ଏହା ଘଟିଛି । ନାସା ଅନୁଯାୟୀ ପୃଥିବୀ ଏବଂ ଚନ୍ଦ୍ରର ଦୂରତା ବର୍ତ୍ତମାନ ୩,୮୪,୪୦୦ କିଲୋମିଟର ରହିଛି।

Get real time updates directly on you device, subscribe now.