ରାଞ୍ଚି: ଆଗାମୀ ବର୍ଷ ବୋର୍ଡ଼ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଜରୁରୀ ଖବର । ଝାଡ଼ଖଣ୍ଡ ଏକାଡେମିକ କାଉନସିଲ(JAC) ଏହାର ୨୦୨୫ ବୋର୍ଡ଼ ପରୀକ୍ଷା ପାଇଁ ୧୦ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ପରୀକ୍ଷା ସିଡ୍ୟୁଲ ଜାରି କରିଛି । ପରୀକ୍ଷାର୍ଥୀ ଜଣଙ୍କ JACର ଅଫିସିଆଲ ୱେବସାଇଟକୁ ଯାଇ ସମ୍ପୂର୍ଣ୍ଣ ପରୀକ୍ଷା ସିଡ୍ୟୁଲ ବିଷୟରେ ବିବରଣୀ ପାଇ ପାରିବେ ।
ଝାଡ଼ଖଣ୍ଡ ଏକାଡେମିକ କାଉନସିଲର ଘୋଷଣା ଅନୁଯାୟୀ ଆସନ୍ତା ଫେବୃଆରୀ ୧୧ରୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ନିମନ୍ତେ ବୋର୍ଡ଼ ପରୀକ୍ଷା ଅନୁଷ୍ଠିତ ହେବ । ୧୦ମ ଶ୍ରେଣୀର ପରୀକ୍ଷା ସକାଳ ୯ଟା ୪୫ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ହେବ । ସେହିପରି ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ୧୫ ଯାଏଁ ହେବ । ବହୁ ସଂଖ୍ୟକ ପରୀକ୍ଷାର୍ଥୀଙ୍କୁ ଦୃଷ୍ଟିରେ ରଖି ପରୀକ୍ଷା ସୂଚାରୁ ରୂପେ ସଞ୍ଚାଳନ କରିବା ସୁନିଶ୍ଚିତ କରିବା ପାଇଁ ପରୀକ୍ଷା ସିଡ୍ୟୁଲ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ବୋର୍ଡ଼ର ଅଫିସିଆଲ ୱେବସାଇଟ୍ ଯାଞ୍ଚ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏହା ସହ ପରୀକ୍ଷାର୍ଥୀଙ୍କୁ ସମୟ ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ପହଂଚିବା ପାଇଁ ମଧ୍ୟ କୁହାଯାଇଛି ।
୧୦ ଶ୍ରେଣୀ ବୋର୍ଡ଼ ପରୀକ୍ଷା ପାଇଁ ସିଡ୍ୟୁଲ
୧୧ ଫେବୃଆରୀ, ୨୦୨୫(ମଙ୍ଗଳବାର): ଆଇଆଇଟି ଏବଂ ଅନ୍ୟ ଭୋକେସନାଲ ବିଷୟ
୧୩ ଫେବୃଆରୀ, ୨୦୨୫(ଗୁରୁବାର): ବାଣିଜ୍ୟ/ ହୋମ୍ ସାଇନ୍ସ ଫାଷ୍ଟ
୧୪ ଫେବୃଆରୀ, ୨୦୨୫(ଶୁକ୍ରବାର): ଖରିଆ/ ଖୋରଥା/ କୁରମାଲୀ/ ନାଗପୁରୀ/ ପଞ୍ଚ୍ ପରଗନିୟା
୧୫ ଫେବୃଆରୀ, ୨୦୨୫(ଶନିବାର): ଆରବୀ/ ପାରସୀ/ ହୋ/ ମୁନ୍ଦାରୀ/ ସାନ୍ଥାଳୀ/ ଓରାନ୍
୧୭ ଫେବୃଆରୀ, ୨୦୨୫(ସୋମବାର): ଉର୍ଦ୍ଦୁ/ ବଙ୍ଗଳା/ ଓଡ଼ିଆ
୧୮ ଫେବୃଆରୀ, ୨୦୨୫(ମଙ୍ଗଳବାର): ହିନ୍ଦୀ(କୋର୍ସ ‘ଏ’ ଏବଂ ‘ବି’)
୧୯ ଫେବୃଆରୀ, ୨୦୨୫(ବୁଧବାର): ମ୍ୟୁଜିକ୍
୨୦ ଫେବୃଆରୀ, ୨୦୨୫(ଗୁରୁବାର): ବିଜ୍ଞାନ
ଦ୍ୱାଦଶ ଶ୍ରେଣୀ ପାଇଁ ପରୀକ୍ଷା ସିଡ୍ୟୁଲ
୧୧ ଫେବୃଆରୀ, ୨୦୨୫(ମଙ୍ଗଳବାର): ଭୋକେସନାଲ ବିଷୟ I.A., I.Sc ଏବଂI.Com
୧୩ ଫେବୃଆରୀ, ୨୦୨୫(ଗୁରୁବାର): କମ୍ପଲସରି କୋର୍ ଭାଷା I.A. ହିନ୍ଦୀ ‘A’ ଏବଂEnglish ‘A’ Com
୧୪ ଫେବୃଆରୀ, ୨୦୨୫(ଶୁକ୍ରବାର): କମ୍ପଲସରି କୋର୍ ଭାଷା I.Sc. ଓ ହିନ୍ଦୀ ‘A’ ଏବଂ English ‘A’ ମ୍ୟୁଜିକ୍ I.A
୧୫ ଫେବୃଆରୀ, ୨୦୨୫(ଶନିବାର): ଇଲେକ୍ଟିଭ ଭାଷା (ବାଧ୍ୟତାମୂଳକ) I.A ଆଡିସନାଲ ଲାଙ୍ଗୁଏଜ୍- I.Sc. ଏବଂ I.Com
୧୭ ଫେବୃଆରୀ, ୨୦୨୫(ସୋମବାର): କମ୍ପଲସରି କୋର୍ ଭାଷା I.A/ I.Sc. ଏବଂ I. ହିନ୍ଦୀ ‘B’ + ମାତୃଭାଷା
୧୮ ଫେବୃଆରୀ, ୨୦୨୫(ମଙ୍ଗଳବାର): ଅର୍ଥନୀତି- I.Sc. ଏବଂ I. Com, ଆନଥ୍ରୋପୋଲୋଜୀ- IA
୧୯ ଫେବୃଆରୀ, ୨୦୨୫(ବୁଧବାର): ଗଣିତ/ ଷ୍ଟାଟିଷ୍ଟିକ୍ସ- I.A, ISc ଏବଂ I.Com
୨୦ ଫେବୃଆରୀ, ୨୦୨୫(ଗୁରୁବାର): ଅର୍ଥନୀତି I.A/ ଆକାଉନଟାନ୍ସି I.Com