fbpx

I want to study CM: ଝାଡ଼ଖଣ୍ଡ ଛାତ୍ରୀଙ୍କ ଗୁହାରି ଶୁଣିଲେ ମୁଖ୍ୟମନ୍ତ୍ରୀ, ୪୮ ଘଣ୍ଟାରେ ବଦଳିଲା ପରିବାରର ଭାଗ୍ୟ

ନୂଆଦିଲ୍ଲୀ: ଆଜିର ସମୟରେ ଅନେକ ଛାତ୍ରଛାତ୍ରୀ ଅର୍ଥ ଅଭାବରୁ ଅନେକ ସମୟରେ ଉପଯୁକ୍ତ ଶିକ୍ଷା ପାଇବାରୁ ବଞ୍ଚିତ ହୋଇଥାନ୍ତି । ତେବେ ଏପରି ପରିସ୍ଥିତିର ସାମ୍ନା କରୁଥିବା ଜଣେ ଝାଡ଼ଖଣ୍ଡ ଛାତ୍ରୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗୁହାରି କରିଥିଲେ । ଏହାପରେ ୪୮ ଘଣ୍ଟା ମଧ୍ୟରେ ଛାତ୍ରୀଙ୍କ ପରିବାରର ଭାଗ୍ୟ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ଗଡ଼ବାର ତିଲଦାଗ ପଞ୍ଚାୟତରେ ଲୋକ ସମ୍ବାଦ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବାକୁ ଯାଇଥିଲେ । ଏହି ସମୟରେ ବେବି କୁମାରୀ ନାମକ ଜଣେ ଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ‘ମୁଁ ପାଠ ପଢ଼ିବାକୁ ଚାହୁଁଛି ସିଏମ ।’ ଛାତ୍ରୀଙ୍କ ଅନୁରୋଧ ପରେ ମୁଖ୍ୟମନ୍ତ୍ରୀ ଗରିବ ପରିବାରକୁ ସହାୟତାର ହାତ ବଢ଼ାଇଥିଲେ । ୪୮ ଘଣ୍ଟା ମଧ୍ୟରେ ଉକ୍ତ ଛାତ୍ରୀଙ୍କ ପରିବାରର ଭାଗ୍ୟ ବଦଳି ଯାଇଥିଲା ।

ବେବିଙ୍କ ପିତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରୋଜଗାର ସୃଜନ ଯୋଜନାରେ ୫ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି । ଏଥିସହିତ ବେବିଙ୍କ ଭଉଣୀଙ୍କୁ କଲ୍ୟାଣ ବିଭାଗର ଛାତ୍ରବୃତ୍ତି ମାଧ୍ୟମରେ କସ୍ତରବା ଗାନ୍ଧି ବାଳିକା ଆବାସିକ ବିଦ୍ୟାଳୟରେ ଆଡମିସନ କରାଯାଇଛି । ତାଙ୍କ ମାଆ ଛେଳି ଚାଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ପଶୁଧନ ବିକାଶ ଯୋଜନାରେ ୧.୩୦ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି ।

ତେବେ ସରକାରଙ୍କ ତରଫରୁ ସହାୟତା ମିଳିବା ପରେ ବେବି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ବେବି ପାଠପଢ଼ି ଭବିଷ୍ୟତରେ ଜଣେ ଶିକ୍ଷୟିତ୍ରୀ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ଏହି ସମସ୍ତ ଯୋଜନାର ଲାଭ ପ୍ରଦାନ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.