ମହାକୁମ୍ଭରେ ମହାମିଳନ; ମିଳିଲା ୨୭ବର୍ଷ ତଳେ ହଜିଥିବା ସ୍ୱାମୀ, ଏବେ ହେଇଯାଇଛି ‘ଅଘୋରୀ’ ସାଧୁ
ଝାଡ଼ଖଣ୍ଡର ଏକ ପରିବାରକୁ ୨୭ ବର୍ଷ ତଳେ ହଜିଯାଇଥିବା ପୁଅ ଏବେ ମହାକୁମ୍ଭରେ ମିଳିଛି।
ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଏକ ପରିବାରର ମହାମିଳନ ହୋଇଛି। ଏଠାରେ ଝାଡ଼ଖଣ୍ଡର ଜଣେ ପରିବାର ସହ ୨୭ ବର୍ଷ ପରେ ଚମତ୍କାର ଭଳି ଘଟଣା ଘଟିଛି।
ଏହି ପରିବାର ୨୭ ବର୍ଷରୁ ନିଖୋଜ ଥିବା ପୁଅଙ୍କୁ ପ୍ରୟାଗରାଜରେ ପାଇଥିବାର ଦାବି କରିଛନ୍ତି। ନିଖୋଜ ବ୍ୟକ୍ତି ଗଙ୍ଗାସାଗର ଯାଦବ, ବର୍ତ୍ତମାନ ସେ ୬୫ ବର୍ଷୀୟ ଅଘୋରୀ ସାଧୁ ବାବା ରାଜକୁମାର ଭାବେ କୁମ୍ଭ ମେଳାରେ ମିଳିଛନ୍ତି।
ପାଟଣା ଯିବା ସମୟରେ ନିଖୋଜ ହୋଇଥିବା ଗଙ୍ଗାସାଗର: ୧୯୯୮ରେ ପାଟଣା ଯିବା ପରେ ଗଙ୍ଗାସାଗର ହଜିଯାଇଥିଲେ। ତାଙ୍କ ସ୍ତ୍ରୀ ଧନୱା ଦେବୀ ଏକାକୀ ନିଜର ଦୁଇ ପୁଅଙ୍କର ପାଳନ ପୋଷଣ କରିଛନ୍ତି। ସଙ୍ଗାସାଗରଙ୍କ ଛୋଟ ଭାଇ ମୂରଲୀ ଯାଦବ କହିଛନ୍ତି ଯେ, କିପରି ତାଙ୍କୁ ନିଜ ଭାଇ ବିଷୟରେ ଜଣାପଡିଛି।
ମୂରଲୀ ଯାଦବଙ୍କ ଅନୁଯାୟୀ, ଅନେକ ବର୍ଷ ପୂର୍ବରୁ ନିଖୋଜ ଥିବା ଭାଇକୁ ଆମେ ପୁଣି ପାଇବୁ ବୋଲି ଆଶା ହରେଇଦେଇଥିଲୁ। ହେଲେ କୁମ୍ଭ ମେଳାକୁ ଯାଇଥିବା ଜଣେ ସଂପର୍କୀୟ ଗଙ୍ଗାସାଗରଙ୍କ ଭଳି ଦିଶୁଥିବା ଜଣେ ବ୍ୟକ୍ତିଙ୍କୁ ଦେଖିଥିଲେ।
ସେ ତାଙ୍କ ଫଟୋ ଉଠାଇଲେ ଏବଂ ଆମକୁ ପଠାଇଲେ। ଫଟୋ ଦେଖିବା ମାତ୍ରେ ମୂରଲୀ ଯାଦବ, ଧନୱା ଦେବୀ ଏବଂ ତାଙ୍କର ଦୁଇଜଣ ପୁଅ ତାଙ୍କୁ ପୁଣିଥରେ ଘରକୁ ଆଣିବା ଲାଗି ଦୃଢ ନିଷ୍ପତ୍ତି ନେଇ ପ୍ରୟାଗରାଜ ଗସ୍ତ କରିଥିଲେ।
ପରିବାରକୁ ଭେଟିଲେ ବାବା: ମେଳାରେ ପହଞ୍ଚିବା ପରେ ପରିବାର ରାଜକୁମାର ବାବାଙ୍କୁ ଭେଟିଥିଲେ। ହେଲେ ସେ ଗଙ୍ଗାସାଗର ଯାଦବ ପରିଚୟକୁ ଅସ୍ୱୀକାର କରିଛନ୍ତି। ବାବା ରାଜକୁମାର ବାରଣାସୀର ସାଧୁ ବୋଲି ଦାବି କରିଛନ୍ତି ଏବଂ ସେ ଓ ତାଙ୍କ ସାଧୁ ସାଥୀ ଏହାକୁ ଅସ୍ୱୀକାର କରିଛନ୍ତି।
ଡିଏନଏ ଟେଷ୍ଟ କରିବାକୁ ପାରିବାରର ଦାବି: ପରିବାର ଲୋକେ ଏହାକୁ ସ୍ୱୀକାର କରିନାହାନ୍ତି। କାରଣ ବାବା ରାଜକୁମାର ସଂପୂର୍ଣ୍ଣ ଭାବେ ଗଙ୍ଗାସାଗର ଭଳି ଦେଖାଯାଉଛନ୍ତି। ତାଙ୍କ ମଥା ଏବଂ ପିଠିରେ ଥିବା ଚିହ୍ନ ଗଙ୍ଗାସାଗର ଭଳି ଦେଖାଯାଉଛନ୍ତି।
ମୂରଲୀ ଯାଦବ କହିଛନ୍ତି ଯେ, ଆମେ କୁମ୍ଭ ମେଳାର ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବୁ ଏବଂ ଯଦି ଦରକାର ପଡେ, ତେବେ ଡିଏନଏ ଟେଷ୍ଟ କରିବା ପାଇଁ ଦାବି କରିବୁ। ଯଦି ପରୀକ୍ଷଣରେ ଭୁଲ ଆସିଲା, ତେବେ ଆମେ ରାଜକୁମାରଙ୍କୁ ଭୁଲ୍ ମାଗିଦେବୁ।